ଏକ ଘଣ୍ଟା ମଧ୍ୟରେ ଏହି ଦେଶରେ ୨ ଥର ଭୂକମ୍ପ, ଭୟଭୀତ ଲୋକେ
ରବିବାର ତାଜିକିସ୍ତାନରେ ଗୋଟିଏ ଘଣ୍ଟା ମଧ୍ୟରେ ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ଯେଉଁଥି ପାଇଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ପ୍ରଥମ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 6.1 ରେକର୍ଡ କରାଯାଇଛି । ଭୂମିକମ୍ପର ଝଟକା ଅନୁଭବ ହେବା ମାତ୍ରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ। ହେଲେ ବର୍ତ୍ତମାନ କୌଣସି ବଡ଼ କ୍ଷୟକ୍ଷତି ନେଇ ସୂଚନା ପ୍ରକାଶ ପାଇ ନାହିଁ ।
ଭୂମିକମ୍ପର କେନ୍ଦ୍ରସ୍ଥଳ ତାଜିକିସ୍ତାନର ପାର୍ବତ୍ୟାଞ୍ଚଳ । ବାରମ୍ବାର ଭୂକମ୍ପର ଝଟକା ଲୋକଙ୍କୁ ଚିନ୍ତାରେ ପକାଇଛି। ଶନିବାର ଦିନ 12:30 ସମୟରେ ତାଜିକିସ୍ତାନରେ 4.2 ତୀବ୍ରତାର ଏକ ଭୂମିକମ୍ପ ମଧ୍ୟ ଅନୁଭୂତ ହୋଇଥିଲା। ଗତକାଲି ହୋଇଥିବା ଭୂମିକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନ-ତାଜିକିସ୍ତାନ ସୀମାରେ ଥିଲା। 24 ଘଣ୍ଟା ମଧ୍ୟରେ ଦୁଇଟି ଭୂମିକମ୍ପ ଯୋଗୁଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।

ଶନିବାର ଅପରାହ୍ନରେ ଭାରତ ଏବଂ ଅନେକ ପଡ଼ୋଶୀ ଦେଶରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। କାଶ୍ମୀରର କିଛି ଅଂଶ ବ୍ୟତୀତ, ପାକିସ୍ତାନ, ତାଜିକିସ୍ତାନ, ଟୋଙ୍ଗା ଏବଂ ପାପୁଆ ନ୍ୟୁଗିନିରେ ଭୂମିକମ୍ପ ଅନୁଭୂତ ହୋଇଛି । ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 4.0 ରୁ 6.0 ମଧ୍ୟରେ ଥିଲା। ତାଜିକିସ୍ତାନ ଏବଂ ପାକିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା ।
ଶନିବାର ଅପରାହ୍ନରେ ପାକିସ୍ତାନରେ 5.8 ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପର କେନ୍ଦ୍ରସ୍ଥଳ ରାଜଧାନୀ ଇସଲାମାବାଦ ନିକଟବର୍ତ୍ତୀ ରାୱଲପିଣ୍ଡିରେ ଥିଲା। ସେହି ସମୟରେ, ଇସଲାମାବାଦ, ଆଟକ୍, ଚକୱାଲ ଏବଂ ପଞ୍ଜାବର ଅନ୍ୟାନ୍ୟ ସହରରେ ଭୂମିକମ୍ପ ଅନୁଭୂତ ହୋଇଥିଲା।












Click it and Unblock the Notifications