Get Updates
Get notified of breaking news, exclusive insights, and must-see stories!

'Google map' ଦେଖାଇଲା ମୃତ୍ୟୁର ବାଟ, ନଦୀରେ ବୁଡି ୨ ଡାକ୍ତରଙ୍କ ମୃତ୍ୟୁ

GPS Misguides 2 Doctors Die: ବର୍ତ୍ତମାନ ଅଜଣା ସହରରେ ରାସ୍ତାର ଗାଇଡ୍ ବା ସାଥି ସାଜିଛି ଗୁଗଲ୍ ମ୍ୟାପ୍ । ଗୁଗଲ୍ ମ୍ୟାପ୍'ରେ ନିଜେ ଯିବାକୁ ଥିବା ସ୍ଥାନର ଠିକଣା ଏଣ୍ଟ୍ରି କରିବା ପରେ ଆଗକୁ ମ୍ୟାପ୍ ଦେଖାଇଥାଏ ବାଟ ଏବଂ ଆପଣଙ୍କୁ ନିଜ ସ୍ଥାନରେ ମଧ୍ୟ ପହଞ୍ଚାଇ ଦେଇଥାଏ ଅର୍ଥାତ୍ ଲୋକେ ଟେକ୍ନୋଲୋଜି ବ୍ୟବହାର କରି ଏବଂ ଜିପିଏସ୍ ସାହାଯ୍ୟରେ ନିଜ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରନ୍ତି । ହେଲେ ଅନେକ ଥର ଏହି ଟେକ୍ନୋଲୋଜି ମଣିଷକୁ ମୃତ୍ୟୁ ମୁଖରେ ପକାଇଥାଏ । କେରଳରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଦୁଇ ଡାକ୍ତରଙ୍କ ମୃତ୍ୟୁର କାରଣ ସାଜିଛି ଜିରିଏସ୍ ।

କେରଳର ଏରନାକୁଲମ ଜିଲ୍ଲା ସ୍ଥିତ ପାରାବୁରରେ ଗୋତୁରୁତ ନିକଟରେ ରାତିରେ ପେରିୟର୍ ନଦୀରେ ଏକ ଗାଡ଼ି ବୁଡ଼ି ଯାଇଥିଲା ସେଥିରେ ଥିବା ଦୁଇ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ୩ ଜଣଙ୍କ ଜୀବନ ଅଳ୍ପରେ ବର୍ତ୍ତିଯାଇଛି ।

Google Map

ଉଭୟ ମୃତ ଡାକ୍ତର କୋଡୁଙ୍ଗାଲୁରର ଏକ ଘରୋଇ ଡାକ୍ତରଖାନାରେ କାର୍ଯ୍ୟ କରୁଥିଲେ । ସେମାନଙ୍କ ନାମ ଅଦ୍ୱେତ୍ (୨୯) ଏବଂ ଅଜମଲ (୨୯) ଦୁର୍ଘଟଣା ସମୟରେ ଉଭୟ ଡାକ୍ତର କୋଚିରୁ କୋଡୁଙ୍ଗାଲୁରକୁ କାର ଯୋଗେ ଫେରୁଥିଲେ। କାରରେ ଥିବା ଅନ୍ୟ ତିନି ଜଣଙ୍କୁ ସ୍ଥାନୀୟ ଲୋକ ଏବଂ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଥିଲେ। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା ରହିଛି ।

Google Map

ଏହି ଦୁର୍ଘଟଣା ସକାଳ ପ୍ରାୟ 12.30 ସମୟରେ ଘଟିଥିଲା ଯେତେବେଳେ ସେମାନେ କୋଡୁଙ୍ଗାଲୁରକୁ ଫେରୁଥିଲେ ଏବଂ ରାସ୍ତା ଜାଣିବା ପାଇଁ ଗୁଗୁଲ୍ ମ୍ୟାପ୍ ବ୍ୟବହାର କରୁଥିଲେ । ଏକ ନଦୀକୁ ପାଣି ଭରା ରାସ୍ତା ଭାବି ସେମାନେ ଗାଡି଼କୁ ରାସ୍ତା ଭିତରକୁ ନେଇ ଯାଇଥିଲେ । ଯାହାର ପରେ କାରଟି ବୁଡି ଯାଇଥିଲା । ଏହି ଦୁର୍ଘଟଣାରେ ଦୁଇ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ହୋଇଛି ହେଲେ କାର ଥିବା ଅନ୍ୟ ତିନି ସାଥୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ଉଦ୍ଧାର ପାଇଁ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ସେବା କର୍ମଚାରୀ ଏବଂ ପୋଲିସକୁ ସୂଚନା ଦେଇଥିଲେ। ଶବ ଉଦ୍ଧାର ପାଇଁ ଅଧିକାରୀମାନେ ଏକ ସ୍କୁବା ଡାଇଭିଂ ଟିମ୍ ମଧ୍ୟ ଘଟଣାସ୍ଥଳକୁ ପହଞ୍ଚିଥିଲା ।

କାରରୁ ତିନି ଜଣଙ୍କୁ ଉଦ୍ଧାର କରାଯିବା ପରେ ତୁରନ୍ତ ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପ୍ରବଳ ବର୍ଷା ଯୋଗୁଁ ସେହି ସମୟରେ ଭିଜିବିଲିଟି ବହୁତ କମ୍ ଥିଲା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ସେମାନେ ଗୁଗୁଲ୍ ମ୍ୟାପ୍ ଦେଖାଉଥିବା ରାସ୍ତାରେ ଆଗକୁ ବଢିଥିଲେ ହେଲେ ବାମକୁ ଯିବା ପରିବର୍ତ୍ତ ସୋମନେ ସିଧା ନଦୀ ଭିତରକୁ ପସିଯାଇଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+