ରାଜସ୍ଥାନ କୋଟାରେ ତିନି ମହଲା କୋଠା ଭୁଶୁଡି ୨ ମୃତ
ରାଜସ୍ଥାନ କୋଟାର ତାଲୱାଣ୍ଡି ଅଞ୍ଚଳରେ ଏକ ତିନି ମହଲା କୋଠା ଭୁଶୁଡ଼ି ପଡ଼ିଛି। ଯେଉଁଥିରେ ଜଣେ ଛାତ୍ର ସମେତ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଏବଂ ୧୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ବାକି ଆଠ ଜଣ ଆହତ ଏବେ ବି ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।
ପ୍ରଶାସନ ଏବଂ ଏସ୍ଡିଆରଏଫ୍ ଦଳ ଗୁଡ଼ିକ ଭଗ୍ନାବଶେଷ ତଳୁ ସମସ୍ତ ଆହତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ। ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ୍ ଏବଂ ଏସ୍ଡିଆରଏଫ୍ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ଏପର୍ଯ୍ୟନ୍ତ ୧୧ ଜଣଙ୍କୁ ଭଗ୍ନାବଶେଷରୁ ଉଦ୍ଧାର କରାଯାଇ କୋଟା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଯାହାଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଅଛି। ଉଦ୍ଧାର କାର୍ଯ୍ୟ ସମୟରେ ଜଣେ ଉଦ୍ଧାରକାରୀ ମଧ୍ୟ ଆହତ ହୋଇଥିଲେ। କିନ୍ତୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ସୁରକ୍ଷିତ ଘୋଷଣା କରାଯାଇଛି। ଘଟଣାସ୍ଥଳରେ ଥିବା ଅଧିକାରୀଙ୍କ ଅନୁଯାୟୀ, ନିକଟରେ ଥିବା ଅନ୍ୟ ଏକ କୋଠାରେ ଜେସିବି କାମ ଚାଲୁଥିଲା, ଯାହା ଫଳରେ କି କୋଠାଟି ଦୋହଲି ଯାଇଥିଲା ଏବଂ ଭୁଶୁଡି ପଡିଥିଲା।












Click it and Unblock the Notifications