IED ବିସ୍ଫୋରଣ; ଦୁଇ ଯବାନ ଗୁରୁତର
ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ଆଇଇଡି ବିସ୍ଫୋରଣ । ଜରେଇକେଲା ସରଣ୍ଡା ଜଙ୍ଗଲରେ ମାଓବାଦୀମାନେ ଦୁଇଟି ଆଇଇଡି ବିସ୍ଫୋରଣ କରିଛନ୍ତି । ଏଥିରେ ସିଆରପିଏଫ୍ କୋବ୍ରା ବାହିନୀର ଦୁଇ ଜଣ ଯବାନ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ରହିଛି । ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଆନୁଯାୟୀ, ଶୁକ୍ରବାର ସିଆରପିଏଫ କୋବ୍ରା ବାହିନୀର ଯବାନମାନେ ସରଣ୍ଡା ଜଙ୍ଗଲର ଦୀଘା ଏବଂ ତିରିଲି ଅଞ୍ଚଳରେ ସର୍ଚ୍ଚ ଅପରେସନ କରିଥିଲେ । ସର୍ଚ୍ଚ ଅପରେସନ ବେଳେ ମାଓବାଦୀମାନେ ଯବାନଙ୍କୁ ଟାର୍ଗେଟ୍ କରି ଆଇଇଡି ବିସ୍ଫୋରଣ କରିଥିଲେ । ଏଥିରେ ଦୁଇ ଜଣ ସିଆରପିଏଫ୍ ଯବାନ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ିଛି । ସେମାନଙ୍କୁ ସାଥି ଯବାନମାନେ ଉଦ୍ଧାର କରି ଚିକିତ୍ସା ପାଇଁ ରାଞ୍ଚି ପଠାଇବାକୁ ବ୍ୟବସ୍ଥା କରୁଥିବାର ସୂଚନା ମିଳିଛି । ମାଓବାଦୀଙ୍କୁ ଏବେ ସହିଦ ସପ୍ତାହ ଚାଲୁଥିବା ବେଳେ ସରଣ୍ଡା ଜଙ୍ଗଲରେ ଏଭଳି ଲଙ୍କାକାଣ୍ଡ ଭିଆଇଛନ୍ତି ନକ୍ସଲ ।..












Click it and Unblock the Notifications