25 ଦିନ ହେଲା ଜେଲ ଦଣ୍ଡ ଭୋଗୁଛନ୍ତି ଦୁଇ ଗଞ୍ଜା, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଘଟଣା ଘଟିଛି ମାଲକାନଗିରି ସୀମାକୁ ଲାଗିଥିବା ତେଲେଙ୍ଗାନା ରାଜ୍ୟର ଖମାମ ଜିଲ୍ଲାର ବାନାପୁରମ ଗ୍ରାମରେ । କୋର୍ଟ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଏଠାରେ ରହିବ। ବନ୍ଦୀ ଜୀବନ ବିତାଇବ।

ମାଲକାନାଗିରି: ହାଜତ ଭିତରେ ଦୁଇ ଗଞ୍ଜା । ଦୋଷ କରି ଦୀର୍ଘ 25 ଦିନ ହେବ ଜେଲ ଦଣ୍ଡ ଭୋଗୁଛନ୍ତି ଏମାନେ । କଥାଟା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବା, ହେଲେ ଘଟଣାଟି ବିଲକୁଲ ସତ । ଏମିତି ଘଟଣା ଘଟିଛି ମାଲକାନଗିରି ସୀମାକୁ ଲାଗିଥିବା ତେଲେଙ୍ଗାନା ରାଜ୍ୟର ଖମାମ ଜିଲ୍ଲାର ବାନାପୁରମ ଗ୍ରାମରେ । କୋର୍ଟ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଏଠାରେ ରହିବ। ବନ୍ଦୀ ଜୀବନ ବିତାଇବ।

 Two Cock in jail at telangana

ଘଟଣା କଣ:

ଗତମାସରେ ପୋଙ୍ଗଲ ପୂର୍ବରୁ ଅର୍ଥାତ୍‌ ଜାନୁଆରୀ ୧୦ରେ ତେଲେଙ୍ଗାନାର ବିଭିନ୍ନ ଅଞ୍ଚଳରେ ଜୁଆଖେଳ ହେଉଥିଲା । ଖମମ ଜିଲ୍ଲା ଅନ୍ତର୍ଗତ ବାନାପୁରମ ଗାଁରେ ମକର ସଂକ୍ରାନ୍ତି ପୂର୍ବରୁ ହେଉଥିଲା କୁକୁଡ଼ା ଗାଲି ଖେଳ। ଆଉ ଏ ଗଞ୍ଜା ଦୁଇଟିକୁ ସେଠାରେ ବାଜି ଲଗାଯାଇଥିଲା । ଯେଉଁ ଗଞ୍ଜା ଜିତିବ ତାର ମାଲିକ ବାଜିରେ ଲାଗିଥିବା ସବୁ ଟଙ୍କା ପାଇବ । ଏମିତି ଏକ ଜୁଆ ବା ବେଟିଂ ଚାଲିଥିବା ନେଇ ଖବର ପାଇ ପୋଲିସ ପହଞ୍ଚିଥିଲା । ୨ ଜୁଆଡ଼ିଙ୍କ ସହ ୨ ଗଞ୍ଜାକୁ ନେଇ ପୋଲିସ ଜେଲ୍‌କୁ ପଠାଇ ଦେଇଥିଲା ।

ପରବର୍ତ୍ତୀ ସମୟରେ ଜୁଆଡ଼ି ଦୁହେଁ କିନ୍ତୁ ଜାମିନ ପାଇ ଜେଲ୍‌ରୁ ମୁକୁଳିଗଲେ। ହେଲେ ଗଞ୍ଜା ୨ଟିକୁ କେହି ନେବାକୁ ଆସିଲେନି । ପୋଲିସ କହୁଛି, କୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଗଞ୍ଜା ୨ଟିର ନିଲାମ କରାଯିବ। ଯିଏ ଅଧିକ ବାଜି ଲଗେଇବ ସିଏ ଏହି କୁକୁଡ଼ାକୁ ନେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+