ଦୁଇ ଭାଗ ହେଲା ଫଲକନୁମା ଏକ୍ସପ୍ରେସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ହାୱଡା-ସିକନ୍ଦର ଫଲକନୁମା ଏକ୍ସପ୍ରେସ୍ । ଶନିବାର ଦିନ ଟ୍ରେନଟି ଚାଲୁଥିବା ସମୟରେ ବଗି ଅଲଗା ହୋଇଯାଇଥିଲା । ୨୫ଟି ବଗି ମଧ୍ୟରୁ ୩ଟି ବଗି ଅଲଗା ହୋଇଯାଇଥିଲା । ଫଳରେ ଦୀର୍ଘ ୪୦ ମିନିଟ୍ ଧରି ମେଦିନପୁର ଷ୍ଟେସନ ପାଖରେ ଟ୍ରେନଟି ଅଟକି ରହିଥିଲା । କିନ୍ତୁ ଦୁର୍ଘଟଣାରେ କାହାରି କ୍ଷୟକ୍ଷତି ଘଟିନଥିବା ଜଣାଯାଇଛି ।

ଯାତ୍ରୀମାନଙ୍କ କହିବା ଅନୁଯାୟୀ, ସୁମ୍ମାଦେବୀ-ମଣ୍ଡାସା ଗାଁ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ଫଳରେ ଯାତ୍ରୀମାନେ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଟେକ୍ନିସିଆନ୍ମାନଙ୍କ ସହ ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଦୁଇ ବଗିକୁ ଟ୍ରେନ୍ ସହ ଯୋଡ଼ିଥିଲେ। ଏହାପରେ ଟ୍ରେନ୍ଟି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଇଥିବା ଜଣାପଡ଼ଛି। ଅପରପକ୍ଷେ ଏହି କାରଣରୁ ଏକାଧିକ ଟ୍ରେନ୍ ବିଳମ୍ବରେ ଚାଲୁଥିବା ଜଣାପଡ଼ିଛି।












Click it and Unblock the Notifications