ଜାମ୍ମୁ-କାଶ୍ମୀର ଓ ଲଦ୍ଦାଖ ଅଲଗା ଦେଶ ଦର୍ଶାଇଲା ଟ୍ଵିଟର
ପୁଣି ଥରେ ଭାରତର ଭୁଲ୍ ନକ୍ସା ଟ୍ଵିଟର ଦର୍ଶାଇଲା। ନିଜ ୱେବସାଇଟ୍ରେ ଜାମ୍ମୁ କାଶ୍ମୀର ଏବଂ ଲଦ୍ଦାଖକୁ ଅଲଗା ଦେଶ ବୋଲି ଟ୍ଵିଟର ଦର୍ଶାଇଛି।
ନୂଆଦିଲ୍ଲୀ: ପୁଣି ଥରେ ଭାରତର ଭୁଲ୍ ନକ୍ସା ଟ୍ଵିଟର ଦର୍ଶାଇଲା। ନିଜ ୱେବସାଇଟ୍ରେ ଜାମ୍ମୁ କାଶ୍ମୀର ଏବଂ ଲଦ୍ଦାଖକୁ ଅଲଗା ଦେଶ ବୋଲି ଟ୍ଵିଟର ଦର୍ଶାଇଛି। ତେବେ ପୂର୍ବରୁ ଗତ ବର୍ଷ ମଧ୍ୟ ଟ୍ଵିଟର ଜାମ୍ମୁ କାଶ୍ମୀରକୁ ଭାରତର ଅଂଶ ନୁହେଁ ବୋଲି ଦର୍ଶାଇଲା। ଟ୍ଵିଟରର ଏଭଳି ଭୁଲ ତଥ୍ୟ ଦର୍ଶାଇଲା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର କହିଛନ୍ତି। ସୋସିଆଲ ମିଡିଆର ନିୟମକୁ ନେଇ ସରକାର ଓ ଟ୍ଵିଟର ମଧ୍ୟରେ ଚାଲିଥିବା ବିବାଦ ସମୟରେ ଟ୍ଵିଟର ଏଭଳି ଦର୍ଶାଇଛି।

ସୂଚନା ଅନୁସାରେ, ୨୦୨୦ ନଭେମ୍ବର ୧୨ରେ ଟ୍ଵିଟର ଲେହକୁ ଲଦ୍ଦାଖର ଅଂଶ ରୂପରେ ଦର୍ଶାଇବା ବଦଳରେ ଜାମ୍ମୁ କାଶ୍ମୀରର ଅଂଶ ବୋଲି ଦର୍ଶାଇଥିଲା। ଯାହାକୁ ନେଇ ସରକାର ଟ୍ଵିଟରକୁ ନୋଟିସ୍ ଜାରି କରିଥିଲେ। ମାତ୍ର ଟ୍ଵିଟର ଜାଣିଶୁଣି ଏଭଳି କରୁଥିବା କହିଛନ୍ତି। ଯଦି ଟ୍ଵିଟର ଭାରତର ନକ୍ସକୁ ସଂଶୋଧିତ କରି ନଦର୍ଶାଇବ ତାହା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଇଟି ଅଧିନିୟମ ଧାରା ୬୯ ଏ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ।












Click it and Unblock the Notifications