Twitter Blue: ଭାରତରେ ହେଲା ଆରମ୍ଭ, ଏଣିକି ବ୍ଲୁ ଟିକ୍‌ ପାଇଁ ଗଣିବେ ଏତିକି ଟଙ୍କା

ଏଣିକି ଟ୍ବିଟର ବ୍ଲୁ ଟିକ୍‌ ପାଇଁ ୟୁଜର୍ସଙ୍କୁ ଗଣିବାକୁ ପଡିବ ମୋଟା ଟଙ୍କା । ଟ୍ୱିଟରର ବ୍ଲୁ-ଟିକ୍ ପାଇଁ ୟୁଜର୍ସ ମାସକୁ ମାସ ନିଜ ପକେଟ୍‌ରୁ ଖର୍ଚ୍ଚ କରିବେ ।

Twitter Blue Price in India

Twitter Blue Price in India: ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର ଭାରତରେ ଏବେ ପେଡ୍ ସବସ୍କ୍ରିପସନ ସେବା ଆରମ୍ଭ କରିଛି । ଏଣିକି ଟ୍ବିଟର ବ୍ଲୁ ଟିକ୍‌ ପାଇଁ ୟୁଜର୍ସଙ୍କୁ ଗଣିବାକୁ ପଡିବ ମୋଟା ଟଙ୍କା । ଟ୍ୱିଟରର ବ୍ଲୁ-ଟିକ୍ ପାଇଁ ୟୁଜର୍ସ ମାସକୁ ମାସ ନିଜ ପକେଟ୍‌ରୁ ଖର୍ଚ୍ଚ କରିବେ । ପୂର୍ବରୁ ବ୍ଲୁଟିକ୍ ପାଇଥିବା ୟୁଜର୍ସଙ୍କୁ କୌଣସି ଶୁଳ୍କ ଦେବାକୁ ପଡୁନଥିବା ବେଳେ ଏବେ ମାସକୁ ମାସ ଟଙ୍କା ଗଣିବାକୁ ପଡ଼ିବ। ଅଲଗା ଅଲଗା ୟୁଜର୍ସଙ୍କ ପାଇଁ ଅଲଗା ଅଲଗା ସର୍ଭିସ୍ ଚାର୍ଜ ଦେବାକୁ ପଡ଼ିବ।

ତେବେ ଭାରତରେ ଟ୍ୱିଟର ବ୍ଲୁ ସର୍ଭିସର ମୂଲ୍ୟ ମାସକୁ ୬୫୦ ରୁ ଆରମ୍ଭ ହୋଇଛି । ଟ୍ୱିଟର ବ୍ଲୁ ପାଇଁ ୱେବ୍ ବ୍ୟବହାର କାରୀଙ୍କୁ ମାସକୁ ୬୫୦ ଟଙ୍କା ଦେବାକୁ ପଡିବ । ସେହିପରି ମୋବାଇଲ୍ ବ୍ୟବହାରକାରୀଙ୍କ ପାଇଁ ଏହା ମାସକୁ ୯୦୦ ଟଙ୍କା ହେବ । ସେହିପରି ବାର୍ଷିକ ସବସ୍କ୍ରିପସନ୍ ପାଇଁ ୬୮୦୦ ଟଙ୍କା ଚାର୍ଜ ଦେବାକୁ ପଡିବ ବୋଲି ଘୋଷଣା କରାଯାଇଛି । ତେବେ ବ୍ଲୁ-ଟିକ ସବସ୍କ୍ରାଇବରଙ୍କୁ ଟୁଇଟ ଏଡିଟ ଅପସନ, ୧୦୮୦ ପିକ୍ସେଲର ଭିଡିଓ ଅପଲୋଡ ଓ ରିଡର ମୋଡ ଆକ୍ସେସ ମିଳିବ । ଏହାସହ ୟୁଜର୍ସଙ୍କୁ କମ୍ ବିଜ୍ଞାପନ ଦେଖିବାକୁ ମିଳିବ । ଏହାଛଡ଼ା ୪ ହଜାର ୱାର୍ଡ ପର୍ଯ୍ୟନ୍ତ ଟୁଇଟ ପୋଷ୍ଟ କରିବାର ସୁବିଧା ମଧ୍ୟ ମିଳିବ ।

ଉଲ୍ଲେଖଥାଉ କି, ଗତ ବର୍ଷ ଏଲନ୍ ମସ୍କ ଟ୍ୱିଟରକୁ ୪୪ ବିଲିୟନ ଡଲାରରେ କିଣିଥିଲେ। ସେବେଠାରୁ ସେ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମରେ ଅନେକ ପରିବର୍ତ୍ତନ କରିଛନ୍ତି । ନିକଟରେ ଏଲୋନ୍ ମସ୍କ ମଧ୍ୟ ଟ୍ୱିଟର ବ୍ଲୁ ସେବା ଘୋଷଣା କରିଥିଲେ। ଏହା ଅଧୀନରେ, ଆପଣଙ୍କୁ ଟ୍ୱିଟରର କିଛି ଅତିରିକ୍ତ ସେବା ପାଇଁ ଏକ ଦେୟ ଦେବାକୁ ପଡିବ ବୋଲି ସେ କହିଥିଲେ ।

ଆମେରିକା, ବ୍ରିଟେନ, କାନାଡା, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଏବଂ ଜାପାନ ସମେତ କିଛି ଦେଶରେ ଟ୍ୱିଟର ବ୍ଲୁ ସେବା ଆରମ୍ଭ କରିଥିଲା । ଏହି ଦେଶଗୁଡିକରେ, ଟ୍ୱିଟରର ବ୍ଲୁ ସବସ୍କ୍ରିପସନ୍ ଚାର୍ଜ ୱେବ୍ ବ୍ୟବହାରକାରୀଙ୍କ ପାଇଁ ମାସକୁ $ ୮ ଅଟେ । ବାର୍ଷିକ ସବସ୍କ୍ରିପସନ୍ ନେବା ପାଇଁ $ ୮୪ ଖର୍ଚ୍ଚ କରିବାକୁ ପଡିବ । ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କଠାରୁ ଅଧିକ $ ୩ ଚାର୍ଜ କରି ଟ୍ୱିଟର ଗୁଗୁଲକୁ କମିଶନ ପ୍ରଦାନ କରିବ । ଏଥିସହିତ ଏହି ସେବା ବର୍ତ୍ତମାନ ଭାରତରେ ଆରମ୍ଭ ହୋଇଛି ।

ସେପଟେ ଆଜି ସକାଳୁ ବିଭିନ୍ନ ରାଷ୍ଟ୍ରରେ ଟୁଇଟର, ଇନଷ୍ଟା, ଫେସବୁକ ସର୍ଭିସ ଡାଉନ ହୋଇଛି । ଆମେରିକାରେ ବ୍ୟବହାରକାରୀ ଅଧିକ ପ୍ରଭାବିତ ହୋଇଥିବା ବେଳେ ନୂଆ ପୋଷ୍ଟ କରିବା ପାଇଁ ସମସ୍ୟା ଉପୁଜୁଥିବା ଅଭିଯୋଗ ହୋଇଛି । ତେବେ ଏହାର ସମାଧାନ ପାଇଁ ଚେଷ୍ଟା ଚାଲିଛି ବୋଲି କହିଛି ଟୁଇଟର ସପୋର୍ଟ ଟିମ୍ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+