ନିୟମ ନମାନିବା ପଡିଲା ମହଙ୍ଗା, ବ୍ୟାନ ହେଲା 46 ହଜାରରୁ ଊର୍ଦ୍ଧ୍ବ ଟ୍ବିଟର ଆକାଉଣ୍ଟ

ନିୟମ ନମାନିବା ଏବେ ଅନେକ ଟ୍ବିଟର ୟୁଜର୍ସଙ୍କୁ ମହଙ୍ଗା ପଡିଛି । ଚଳିତ ବର୍ଷ ମେ ମାସରେ 46 ହଜାରରୁ ଅଧିକ ଭାରତୀୟ ଟ୍ବିଟର ଆକାଉଣ୍ଟକୁ ବ୍ୟାନ କରାଯାଇଛି। ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ବିଟର ମାସିକ ରିପୋର୍ଟ ପ୍ରକାଶ କରି ଏହି ସୂଚନା ଦେଇଥିବା ଜଣାପଡିଛି ।

ନୂଆଦିଲ୍ଲୀ : ନିୟମ ନମାନିବା ଏବେ ଅନେକ ଟ୍ବିଟର ୟୁଜର୍ସଙ୍କୁ ମହଙ୍ଗା ପଡିଛି । ଚଳିତ ବର୍ଷ ମେ ମାସରେ 46 ହଜାରରୁ ଅଧିକ ଭାରତୀୟ ଟ୍ବିଟର ଆକାଉଣ୍ଟକୁ ବ୍ୟାନ କରାଯାଇଛି। ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ବିଟର ମାସିକ ରିପୋର୍ଟ ପ୍ରକାଶ କରି ଏହି ସୂଚନା ଦେଇଥିବା ଜଣାପଡିଛି ।

tweeter
ତେବେ ଏହି ରିପୋର୍ଟ ଅନୁସାରେ, ଶିଶୁ ଯୌନ ନିର୍ଯାତନା, ଅଶ୍ଳୀଳତା ସମ୍ବନ୍ଧିତ ପୋଷ୍ଟ କରିଥିବା 43,656 ଟ୍ବିଟର ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଛି । କେବଳ ଏତିକି ନୁହେଁ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା 2870 ଆକାଉଣ୍ଟକୁ ମଧ୍ୟ ବ୍ୟାନ କରାଯାଇଛି। 26 ଏପ୍ରିଲ 2022ରୁ 25 ମେ ମଧ୍ୟରେ ଭାରତୀୟ ଟ୍ବିଟର ପୋଷ୍ଟ ବିରୋଧରେ 1 ହଜାର 698,ଅନଲାଇନ ମାଧ୍ୟମରେ ହଇରାଣ କରୁଥିବା ନେଇ 1 ହଜାର 366 ଅଭିଯୋଗ,ସେହିପରି ଘୃଣ୍ୟ ବିଷୟବସ୍ତୁ ବିରୋଧରେ 111, 36ଟି ମିଥ୍ୟା ସୂଚନା, 28ଟି ସମ୍ବେଦନଶୀଳ ପୋଷ୍ଟ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ପୋଷ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଛି।

ଅନ୍ୟପଟେ ୟୁନିଫର୍ମ ରିସୋର୍ସ ଲୋକେଟର ବିରୋଧରେ 1 ହଜାର 621ଟି ଅଭିଯୋଗ ହୋଇଥିଲା। ଅନଲାଇନ ମାଧ୍ୟମରେ ହଇରାଣ କରୁଥିବା ନେଇ 1 ହଜାର 77ଟି ଅଭିଯୋଗ, ସମ୍ବେଦନଶୀଳ ବିଷୟବସ୍ତୁ ସହ ଜଡିତ ନିୟମ ଉଲ୍ଲଘଂନ କରୁଥିବା 362ଟି ୟୁଆରଏଲ ଉପରେ ପ୍ରତିବନ୍ଧକ ଲାଗିଛି। ଟ୍ବିଟର ରିପୋର୍ଟରେ କୁହାଯାଇଛି "ନିଜର ମତ ପ୍ରକାଶ କରିବାକୁ ଟ୍ବିଟର ପ୍ଲାଟଫର୍ମ ଉପଲବ୍ଧି। କିନ୍ତୁ ଯିଏ ଅନ୍ୟର ସ୍ବରକୁ ଦବାଇବା ପାଇଁ ଚେଷ୍ଟା କରେ ଅଥବା ଧମକ ଦିଏ ତାହାକୁ କମ୍ପାନୀ ବରଦାସ୍ତ କରିବ ନାହିଁ"।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+