ଟ୍ୱିଟର ଆଣିଲା ନୂଆ ଫିଚର୍: ଏଣିକି କମ୍ ନୁହେଁ, ଲମ୍ବା ଲେଖି ପାରିବେ
ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର ଆଣିଲା ନୂଆ ଫିଚର୍ । ଏଣିକି କମ୍ ନୁହେଁ, ଲମ୍ବା ଲେଖି ପାରିବେ । ଟେକ୍ଟ ଫର୍ମାଟିଂ ଅଭିଜ୍ଞତାକୁ ବିସ୍ତାର କରିବାକୁ ଟ୍ୱିଟର ପ୍ରସ୍ତୁତ ହୋଇଛି ।
ଏଣିକି ଟ୍ୱିଟରରେ ଟ୍ୱିଟ୍ କରିବାକୁ କ୍ୟାରକ୍ଟର ଏବେ ୧୦ ହଜାର ଛୁଇଁଛି । ଏଇ ନୂଆ ଫର୍ମାଟରେ କ୍ୟାରକ୍ଟର ବଢାଇବା ସହ ଅକ୍ଷରକୁ ନେଇ ଅପ୍ସନ ରଖାଯାଇଛି । Textକୁ BOLD ଓ ITALICରେ ରଖିପାରିବେ ।

ତେବେ ଏହା କ୍ରିୟଟରଙ୍କୁ ବିଷୟ ବସ୍ତୁରୁ ମାସିକ ଆୟ କରିବାରେ ସାହାଯ୍ୟ କରିପାରିବ । ଏଣିକି ଆପଣଙ୍କୁ ରାଜସ୍ୱର ଏକ ଅଂଶ ପ୍ରଦାନ କରିବ ଟ୍ବିଟର । ଯାହା ଟ୍ୱିଟର ସବସ୍କ୍ରିପସନ୍ ଠାରୁ ଉପାର୍ଜନ କରିଥାଏ ।
ତେବେ ଏହା ସମସ୍ତା ସାଧାରଣ ୟୁଜରଙ୍କ ପାଇଁ ସମ୍ଭ ହେବା ନାହିଁ । କେବଳ ବ୍ଲୁ ଟିକ୍ ମାର୍କ ଥିବା ୟୁଜର ଏହି ସୁବିଧା ପାଇ ପାରିବେ । settingsକୁ ଯାଇ 'Monetization' ଅପ୍ସନକୁ ସିଲେକ୍ଟ କରି subscriptionsକୁ ଆକ୍ଟିଭ କରିପାରିବେ ।
ତେବେ ଟ୍ୱିଟରରେ character ବୃଦ୍ଧି ପାଇବା ଏହା ପ୍ରଥମଥର ନୁହେଁ। ୨୦୧୭ରେ କମ୍ପାନୀ ୧୪୦ରୁ ୨୮୦ characterକୁ ବର୍ଦ୍ଧିତ କରାଯାଇଥିଲା। ଘୋଷାଣା କରାଯିବାର ମାସକ ପରେ ୧୦ ହଜାର କରାଯିବ ବୋଲି ଏଲନ ମସ୍କ କହିଥିଲେ।












Click it and Unblock the Notifications