ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ପତ୍ନୀଙ୍କ ଟ୍ବିଟର ଆକାଉଣ୍ଟ ରଦ୍ଦ
ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ପତ୍ନୀ ଡ. ଗୁରପ୍ରୀତ କୌରଙ୍କ ଟ୍ବିଟର ଆକାଉଣ୍ଟ ହଠାତ୍ ରଦ୍ଦ । ସେ ଟ୍ବିଟର ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ଟ୍ବିଟର ଇଣ୍ଡିଆ ଏହି କାର୍ଯ୍ୟାନୁଷ୍ଠାନ ନେଇଥିବା ସୂଚନା ମିଳିଛି ।
ଚଣ୍ଡିଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ପତ୍ନୀ ଡ. ଗୁରପ୍ରୀତ କୌରଙ୍କ ଟ୍ବିଟର ଆକାଉଣ୍ଟ ହଠାତ୍ ରଦ୍ଦ । ସେ ଟ୍ବିଟର ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ଟ୍ବିଟର ଇଣ୍ଡିଆ ଏହି କାର୍ଯ୍ୟାନୁଷ୍ଠାନ ନେଇଥିବା ସୂଚନା ମିଳିଛି । ଗୁରୁବାର ମୁଖ୍ୟମନ୍ତ୍ରୀ ମାନ ଚଣ୍ଡିଗଡ଼ସ୍ଥିତ ତାଙ୍କ ବାସଭବନରେ ଡ. କୌରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

ଏହାପରେ ଭଗୱନ୍ତ ମାନ ଓ ନିଜ ମାଆ ହରପାଲ କୌରଙ୍କ ସହ କିଛି ଫଟୋ ସେୟାର କରିଥିଲେ । ଏଥିସହ ମାନଙ୍କ କେତେକ ଟ୍ବିଟକୁ ରିଟ୍ବିଟ ମଧ୍ୟ କରିଥିଲେ । ବର୍ତ୍ତମାନ ଟ୍ବିଟର ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଗୁରପ୍ରୀତକୁ ଆକାଉଣ୍ଟକୁ ହଠାତ୍ ରଦ୍ଦ କରିଦିଆଯାଇଛି ।












Click it and Unblock the Notifications