Twin-tower demolition: ପବନରେ ଘୁରି ବୁଲିବ ଧୂଳି, ମାସ୍କ ବ୍ୟବହାର ନେଇ ପରାମର୍ଶ
ନୋଏଡା ସୁପରଟେକ୍ ଟ୍ୱିନ୍ ଟାୱାର ବିଲ୍ଡିଂ ମାଟିରେ ମିଶି ସାରିଛି। 12 ସେକେଣ୍ଡରେ ଏହା ମାଟିରେ ମିଶିବା ନେଇ ଆକଳନ ହୋଇଥିବା ବେଳେ ମାତ୍ର 9 ସେକେଣ୍ଡରେ ଧ୍ବଂସ ହୋଇଛି ଏହି ବିରାଟ ଅଟ୍ଟାଳିକା ।
ନୂଆଦିଲ୍ଲୀ: ନୋଏଡା ସୁପରଟେକ୍ ଟ୍ୱିନ୍ ଟାୱାର ବିଲ୍ଡିଂ ମାଟିରେ ମିଶି ସାରିଛି। 12 ସେକେଣ୍ଡରେ ଏହା ମାଟିରେ ମିଶିବା ନେଇ ଆକଳନ ହୋଇଥିବା ବେଳେ ମାତ୍ର 9 ସେକେଣ୍ଡରେ ଧ୍ବଂସ ହୋଇଛି ଏହି ବିରାଟ ଅଟ୍ଟାଳିକା । ଏହି ବିଶାଳ କୋଠାରୁ ବିପୁଳ ଧୂଳି ବାହାରୁଛି । ଯାହା 4 ଦିନ ପର୍ଯ୍ୟନ୍ତ ବାୟୁରେ ଭାସିବୁଲିବ ବୋଲି ଦିଲ୍ଲୀ ୟୁନିଭର୍ସିଟିର ପ୍ରଫେସର ଭିପୁଲ ସିଂହ ସୂଚନା ଦେଇଛନ୍ତି।

ବିଲ୍ଡିଂ ଧ୍ୱଂସରୁ 2 ପ୍ରକାର ଧୂଳି ବାୟୁରେ ମିଶିଛି। ଭାରି ବା ଓଜନଦାର ଧୂଳି କଣିକା ଯାହା ତୁରନ୍ତ ବସିଯିବ ତେବେ ହାଲୁକା ଧୂଳି ବାୟୁରେ ପ୍ରାୟ ତିନିରୁ ଚାରି କିଲୋମିଟର ଅଞ୍ଚଳ ଉପରେ ଭାସି ବୁଲିବ। ଅଞ୍ଚଳରେ ରହୁଥିବା ଛୋଟପିଲା ଏବଂ ବୃଦ୍ଧ ବୟସ୍କଙ୍କୁ ଦିନ ତମାନ ମୁହଁରେ ମାସ୍କଲଗାଇ ରଖିବାକୁ ହେବ ବୋଲି କୁହାଯାଇଛି ।
ଯଦି ବର୍ଷା ହୁଏ ତେବେ ଏହି ଧୂଳି ବେଶୀ ସମସ୍ୟା ସୃଷ୍ଟି କରିବ ନାହିଁ । ବର୍ଷା ଦ୍ବାରା ବାୟୁରେ ଭାସି ବୁଲୁଥିବା ଧୂଳି ଓ ଧୂଆଁ ମାଟିରେ ବସିଯିବା ସହଜ ହେବ, ନଚେତ ପବନରେ ଏହିପରି ଭାସି ବୁଲିବ। ଏହାସହ ଧ୍ୱଂସସ୍ତୁପକୁ ମଧ୍ୟ ଟ୍ରକ ଯୋଗେ ଏହି ଅଞ୍ଚଳରୁ ଖାଲି କରାଯିବ। ଏତେ ଧ୍ବଂଶାବଶେଷ ଖାଲି କରିବା ପାଇଁ ଦୀର୍ଘ ସମୟ ଲାଗିବ । ଯାହା ସ୍ଥାନୀୟ ଅଞ୍ଚଳର ବାୟୁ ପ୍ରଦୂଷଣର କାରଣ ହେବ ବୋଲି ସିଂହ କହିଛନ୍ତି।












Click it and Unblock the Notifications