Get Updates
Get notified of breaking news, exclusive insights, and must-see stories!

ଦିଲ୍ଲୀ ସିବିଆଇ ମୁଖ୍ୟାଳୟରେ ଟିଭିକେ ମୁଖ୍ୟ ବିଜୟ ଥଲାପତି

ଦିଲ୍ଲୀ ସିବିଆଇ ମୁଖ୍ୟାଳୟରେ ଟିଭିକେ ମୁଖ୍ୟ ବିଜୟ । ଅଭିନେତାରୁ ନେତା ପାଲଟିଥିବା ବିଜୟ ସିବିଆଇ ଅଫିସ୍‌ରେ ହାଜର ହୋଇଛନ୍ତି । କରୁର ଦଳାଚକଟା ଘଟଣାକୁ ନେଇ ବିଜୟଙ୍କୁ ଜେରା କରିବ ସିବିଆଇ। ବିଜୟଙ୍କ ରାଜନୈତିକ ରାଲିରେ ଦଳାଚକଟାରେ ୪୧ ଜଣଙ୍କ ମୃତ୍ୟୁ ହୋଇଥିଲା ।

Vijay Thalapati

ଅଧିକାରୀମାନେ କହିଛନ୍ତି ଯେ, କାର୍ଯ୍ୟକ୍ରମ ପୂର୍ବରୁ ଏବଂ କାର୍ଯ୍ୟକ୍ରମ ସମୟରେ ନିଆଯାଇଥିବା ନିଷ୍ପତ୍ତି ଉପରେ ଗୁରୁତ୍ବ ଦିଆଯିବ, ଯେଉଁଥିରେ ବିଜୟଙ୍କ ଗତିବିଧି, ତାଙ୍କ ଆସିବାରେ ବିଳମ୍ବ ପ୍ରବଳ ଭିଡ଼ ପାଇଁ ଅବଦାନ ରଖିଥିଲା କି ନାହିଁ ସେ ସମ୍ପର୍କରେ ପଚରାଉଚରା କରାଯିବ । ସଂସ୍ଥାକୁ ରାଲି ପାଇଁ ମିଳିଥିବା ଅନୁମତି, ସ୍ୱେଚ୍ଛାସେବୀ ନିୟୋଜିତ, ଜରୁରୀକାଳୀନ ପ୍ରସ୍ତୁତି ଏବଂ ଜିଲ୍ଲା କର୍ତ୍ତୃପକ୍ଷ ଏବଂ ପୁଲିସ ସହିତ ସମନ୍ୱୟ ସମ୍ବନ୍ଧୀୟ ଦସ୍ତାବିଜ ମଧ୍ୟ ମଗାଯାଇଛି। କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକଙ୍କ ପାଇଁ ଭିତ୍ତିଭୂମି, ପରିବହନ, ଖାଦ୍ୟ ଏବଂ ପାଣି ବ୍ୟବସ୍ଥା ସହିତ ଜଡିତ ଆର୍ଥିକ ରେକର୍ଡ ମଗାଯାଇଛି ।

ସୂତ୍ର ଅନୁଯାୟୀ, ପର୍ଯ୍ୟାପ୍ତ ପାନୀୟ ଜଳ ଏବଂ ସୁରକ୍ଷା ବ୍ୟବସ୍ଥା ସମେତ ସାଙ୍ଗଠନିକ ବିଫଳତା ଏହି ଭୟଙ୍କର ରାଜନୈତିକ ରାଲି ଦଳାଚକଟା ଘଟଣାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା କି ନାହିଁ ସିବିଆଇ ସେ ସମ୍ପର୍କରେ ଜାଣିବାକୁ ଚାହୁଛି । ଅକ୍ଟୋବର ୨୦୨୫ରେ ସୁପ୍ରିମକୋର୍ଟ ସିବିଆଇକୁ ମାମଲା ହସ୍ତାନ୍ତର କରିବା ପରେ ବିଜୟଙ୍କୁ ଜେରା ପୂର୍ବରୁ ଟିଭିକେର ଅନ୍ୟ ପଦାଧିକାରୀଙ୍କୁ ଜେରା କରାଯାଇଛି। ଦଳାଚକଟା ଘଟଣାର ଦାୟିତ୍ବ ନିର୍ଣ୍ଣୟ ତଥା ଅଭିଯୋଗଫର୍ଦ୍ଦ ଦାଖଲ କରିବା ଦିଗରେ ବିଜୟଙ୍କ ବୟାନ ଗୁରୁତ୍ବପୂର୍ଣ୍ଣ ବୋଲି ସିବିଆଇ ସୂତ୍ରରୁ ଜଣାପଡ଼ିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+