ଇଞ୍ଜିନରୁ ବାହାରିଲା ନିଆଁ,କୋଲକାତା ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ ତୁର୍କୀ ବିମାନ
ବୁଧବାର ଅପରାହ୍ନରେ ତୁର୍କୀସ୍ ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନର ଡାହାଣ ଇଞ୍ଜିନରେ ନିଆଁ ଲାଗିଯାଇଛି । ପରେ ବିମାନଟିକୁ କୋଲକାତା ବିମାନବନ୍ଦରରେ ଜରୁରୀ ଅବତାରଣା କରାଯାଇଛି ।
ନେପାଳ ରାଜଧାନୀରୁ ଇସ୍ତାନବୁଲ ଅଭିମୁଖେ ଯାଉଥିବା ତୁର୍କୀସ୍ ଏୟାରଲାଇନ୍ସର ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛିକ୍ଷଣ ପରେ ଡାହାଣ ଇଞ୍ଜିନରେ ନିଆଁ ଲାଗିଯାଇଥିଲା । THY-727 ନମ୍ବର ବିଶିଷ୍ଟ ତୁର୍କୀସ୍ ଏୟାରଲାଇନ୍ସ ଏହି ବିମାନଟି ଉଡ଼ାଣ ଆରମ୍ଭ ହେବାର ଚାରି ମିନିଟ୍ ମଧ୍ୟରେ ନିଆଁ ଲାଗିଯାଇଥିଲା । ବିମାନଟି ଅପରାହ୍ନ ୧:୨୮ରେ (ଭାରତୀୟ ସମୟ) ଉଡ଼ାଣ ଆରମ୍ଭ କରିଥିଲା । ଅଧିକାରୀଙ୍କ ଅନୁଯାୟୀ, ପାଇଲଟ୍ କାଠମାଣ୍ଡୁର ପଶ୍ଚିମ ଦିଗରେ ବିମାନକୁ ବୁଲାଇଥିଲେ ଏବଂ ଡାହାଣ ଇଞ୍ଜିନକୁ ବନ୍ଦ କରି ଦେଇଥିଲେ, ପ୍ରାୟ ୧୦ ମିନିଟ୍ ପାଇଁ ବିମାନକୁ ନିୟନ୍ତ୍ରଣରେ ରଖିଥିଲେ ।













Click it and Unblock the Notifications