୫୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଟିଟିଇଙ୍କ ମୃତ୍ୟୁ, ୩୭ ବର୍ଷ ପରେ ମିଳିଲା ନ୍ୟାୟ
୩୭ ବର୍ଷ ପରେ ମିଳିଲା ନ୍ୟାୟ । ନିର୍ଦ୍ଦୋଷରେ ଖଲାସ ହେଲେ ରେଳବାଇ ଟିକେଟ୍ ପରୀକ୍ଷକ (TTE)। ସୁପ୍ରିମକୋର୍ଟ ପ୍ରାୟ ୩୭ ବର୍ଷ ପୁରୁଣା ଏକ ମାମଲାରେ ଜଣେ TTEଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । କୋର୍ଟ କହିଛନ୍ତି ଯେ ତାଙ୍କ ବିରୋଧରେ ଲାଞ୍ଚ ଦାବି କରିବାର ଅଭିଯୋଗ ପ୍ରମାଣିତ ହୋଇପାରିନାହିଁ । କୋର୍ଟ ମୃତ କର୍ମଚାରୀଙ୍କ ପରିବାରକୁ ତିନି ମାସ ମଧ୍ୟରେ ସମସ୍ତ ବକେୟା ଦରମା ଏବଂ ପେନସନ୍ ସୁବିଧା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁସାରେ, ମାମଲାଟି ମେ' ୩୧, ୧୯୮୮ର । ଯେତେବେଳେ ରେଳବାଇ ଭିଜିଲାନ୍ସ ଟିମ୍ ଦ୍ୱାରା ଏକ ଅଚାନକ ଯାଞ୍ଚ କରାଯାଇଥିଲା । ସେହି ସମୟରେ ନାଗପୁରରେ କେନ୍ଦ୍ରୀୟ ରେଳବାଇରେ ନିଯୁକ୍ତ TTEଙ୍କ ଉପରେ ବର୍ଥ ବଦଳରେ ତିନି ଜଣ ଯାତ୍ରୀଙ୍କଠାରୁ ୫୦ ଟଙ୍କା ଲାଞ୍ଚ ଦାବି କରିବାର ଅଭିଯୋଗ ହୋଇଥିଲା । ତଦନ୍ତରୁ ଜଣାପଡିଥିଲା ଯେ ସେ ୧୨୫୪ ଟଙ୍କା ଅଧିକ ନଗଦ ବହନ କରୁଥିଲେ ଏବଂ ତାଙ୍କ ଡ୍ୟୁଟି ପାସ୍ରେ ମଧ୍ୟ ହେରଫର କରାଯାଇଥିଲା ।

କିନ୍ତୁ ୨୦୧୭ ମସିହାରେ ବମ୍ବେ ହାଇକୋର୍ଟ CAT ଆଦେଶକୁ ପ୍ରତ୍ୟାହାର କରିଦେଲେ । ଏହାପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ବିଚାରପତି ସଞ୍ଜୟ କାରୋଲ ଏବଂ ପ୍ରଶାନ୍ତ କୁମାର ମିଶ୍ରଙ୍କ ଖଣ୍ଡପୀଠ କହିଛନ୍ତି ଯେ ତଦନ୍ତ ରିପୋର୍ଟରେ ଗୁରୁତର ତ୍ରୁଟି ରହିଥିଲା ଏବଂ ଦୁଇ ଯାତ୍ରୀ ଲାଞ୍ଚ ଅଭିଯୋଗକୁ ମଧ୍ୟ ସମର୍ଥନ କରିନଥିଲେ । ସେହି କର୍ମଚାରୀ ଆଉ ଜୀବିତ ନଥିଲେ ମଧ୍ୟ ତାଙ୍କ ପରିବାର ନ୍ୟାୟ ପାଇବା ଉଚିତ୍ ବୋଲି ସୁପ୍ରିମକୋଟଙ୍କ ପକ୍ଷରୁ କୁହାଯାଇଛି ।
କୋର୍ଟ କହିଛନ୍ତି ଯେ ଘଟଣାଟି ୩୧ ମେ' ୧୯୮୮ରେ ଘଟିଥିଲା । ଯାହା ୩୭ ବର୍ଷରୁ ଅଧିକ ସମୟ ପୂର୍ବେ । ଏହି ସମୟ ମଧ୍ୟରେ କର୍ମଚାରୀଙ୍କ ମୃତ୍ୟୁ ହୋଇସାରିଛି । ତେଣୁ, ଆମେ ନିର୍ଦ୍ଦେଶ ଦେଉଛୁ ଯେ ମୃତ କର୍ମଚାରୀଙ୍କ ଆଇନଗତ ଉତ୍ତରାଧିକାରୀଙ୍କୁ ତିନି ମାସ ମଧ୍ୟରେ ସମସ୍ତ ସେବା ସମ୍ବନ୍ଧୀୟ ଏବଂ ପେନସନ ସୁବିଧା ପ୍ରଦାନ କରାଯାଉ ।












Click it and Unblock the Notifications