Earthquake: ଭୟଙ୍କର ଭୂମିକମ୍ପ ଝଟ୍କା, ଦ୍ୱୀପପୁଞ୍ଜରେ ୭.୨ ତୀବ୍ରତାର ଭୂମିକମ୍ପ, ସୁନାମୀ ଚେତାବନୀ ଜାରି
ମିଆଁମାର ଓ ଥାଇଲାଣ୍ଡରେ ବଡ଼ ଧରଣର ଭୂମିକମ୍ପ ପରେ ଆଉ ଏକ ଦେଶ ଭୂମିକମ୍ପରେ ଥରିଉଠିଛି । ଏହି ଦେଶଟି ହେଉଛି ଦକ୍ଷିଣ ପ୍ରଶାନ୍ତ ମହାସାଗରର ଟୋଙ୍ଗା ଦ୍ୱୀପପୁଞ୍ଜ । ଏହି କ୍ଷୁଦ୍ର ଦେଶ ନିକଟରେ ସମୁଦ୍ର ମଧ୍ୟରେ ୭.୧ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି ।
ଏହା ପରେ ସୁନାମି ଚେତାବନୀ ଜାରି କରାଯାଇଛି। ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନ୍ସ (ଜିଏଫଜେଡ୍) ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ଟୋଙ୍ଗା ଦ୍ୱୀପରୁ କିଛି ଦୂରରେ ୧୦ କିଲୋମିଟର ଗଭୀରରେ ଥିଲା।

ପାଙ୍ଗାଇ ଗାଁରୁ ୯୦ କିଲୋମିଟର (୫୬ ମାଇଲ) ଦକ୍ଷିଣ-ପୂର୍ବରେ ଏହି ଅଗଭୀର ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପ ପାଇଁ ନିୟୁଏ ଦ୍ୱୀପ ରାଷ୍ଟ୍ରକୁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି।
ନିୟୁ ଏବଂ ଟୋଙ୍ଗାର କିଛି ଉପକୂଳରେ ଜୁଆର ସ୍ତରଠାରୁ ୦.୩ ରୁ ୧ ମିଟର ଉଚ୍ଚ ସୁନାମୀ ତରଙ୍ଗ ଉଠିପାରେ ବୋଲି ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ସତର୍କ ସୂଚନା ଜାରି କରିଛି। ସେହିପରି ବିପଦପୂର୍ଣ୍ଣ ସୁନାମି ଲହରୀ ଭୂମିକମ୍ପର କେନ୍ଦ୍ରସ୍ଥଳରୁ ୩୦୦ କିଲୋମିଟର ମଧ୍ୟରେ ଉପକୂଳକୁ ପ୍ରଭାବିତ କରିପାରେ ବୋଲି ପ୍ରଶାନ୍ତ ମହାସାଗର ସୁନାମି ସତର୍କତା କେନ୍ଦ୍ର ପକ୍ଷରୁ କୁହାଯାଇଛି।












Click it and Unblock the Notifications