ତହୱୁର ରାଣାର ବିସ୍ଫୋରକ ବୟାନ,ପାକିସ୍ତାନୀ ସେନାର ଏଜେଣ୍ଟ ଥିଲି, ବଡ଼ ବଡ଼ ଆକ୍ରମଣରେ ମୋ ହାତ ଅଛି

ଦୋଷ ମାନିଲା ୨୬/୧୧ ଘଟଣାର ମାଷ୍ଟରମାଇଣ୍ଡ ତହୱୁର ରାଣା। ମୁମ୍ବାଇ କ୍ରାଇମବ୍ରାଞ୍ଚ ଆଗରେ ସତ ଓଗାଳିଲା ଆତଙ୍କୀ ତହୱୁର। ଆଜି ମୁମ୍ବାଇ କ୍ରାଇମବ୍ରାଞ୍ଚ ତହୱୁରକୁ ପଚରାଉଚରା କରିବା ବେଳେ ସେ କରିଥିବା ସମସ୍ତ ଅପରାଧ ବିଷୟରେ ଅନେକ ବଡ଼ ବଡ଼ ଖୁଲାସା କରିଛି। ପାକିସ୍ତାନ ସେନାର ଜଣେ ବିଶ୍ୱସ୍ତ ଏଜେଣ୍ଟ ଥିବା ସହ ୨୦୦୮ ଆକ୍ରମଣ ସମୟରେ ମୁମ୍ବାଇରେ ଥିଲି ବୋଲି ସ୍ବୀକାର କରିଛି ତହୱୁର।

୪ ଏପ୍ରିଲରେ ଆମେରିକାର ସୁପ୍ରିମକୋର୍ଟ ପ୍ରତ୍ୟର୍ପଣ ବିରୋଧରେ ରାଣାଙ୍କ ସମୀକ୍ଷା ଆବେଦନକୁ ଖାରଜ କରିବା ପରେ ତାକୁ ଏପ୍ରିଲ ୧୦ରେ ଆମେରିକାରୁ ଭାରତକୁ ପ୍ରତ୍ୟର୍ପଣ କରାଯାଇଥିଲା। ଏବେ ମୁମ୍ବାଇରେ ହୋଇଥିବା ୨୬/୧୧ ଆତଙ୍କବାଦୀ ଆକ୍ରମଣ ମାମଲାରେ ତାଙ୍କୁ ପଚରାଉଚରା କରାଯାଉଛି। ମୁମ୍ବାଇ ରାସ୍ତାରେ ଏବଂ ହୋଟେଲ ତାଜରେ ଘଟିଥିବା ଭୟଙ୍କର ରକ୍ତପାତରେ ଅତି କମରେ ୧୬୬ ଜଣଙ୍କର ମୃତ୍ୟୁ ହୋଇଥିଲା।

Tahawwur Rana

ଏହି ବର୍ବର କାଣ୍ଡକୁ ନେଇ ପଚରାଉଚରା କରାଯିବା ପରେ ତହୱୁର କହିଛି ଯେ, ମୁଁ ପାକିସ୍ତାନ ସେନାର ଜଣେ ବିଶ୍ୱସ୍ତ ଏଜେଣ୍ଟ ଥିବା ସହ ୨୦୦୮ ଆକ୍ରମଣ ସମୟରେ ମୁମ୍ବାଇରେ ଥିଲି। ଖଲିଜ ଯୁଦ୍ଧ ସମୟରେ ମୋତେ ସାଉଦି ଆରବକୁ ମଧ୍ୟ ପଠାଯାଇଥିଲା। ଲସ୍କର-ଏ-ତୈବା କେବଳ ଏକ ଆତଙ୍କବାଦୀ ସଂଗଠନ ନୁହେଁ, ବରଂ ଏକ ଗୁଇନ୍ଦା ନେଟୱାର୍କ ଭାବରେ କାମ କରେ। ମୋ ବନ୍ଧୁ ଏବଂ ସହଯୋଗୀ ଡେଭିଡ୍ ହେଡଲି ମଧ୍ୟ ଏହି ସଂଗଠନ ଅଧୀନରେ ତାଲିମ୍ ନେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+