ଟ୍ରମ୍ପଙ୍କ ଟାରିଫ୍ ୱାର, ୧ ଲକ୍ଷ ଛୁଇଁ ପାରେ ସୁନା ଦର !
Donald Trump Tariffs Impact: ସାରା ବିଶ୍ୱରେ ଆମେରିକାର ଟାରିଫକୁ ନେଇ ସ୍ଥିତି ଗମ୍ଭୀର ରହିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପ୍ରିଲ ୨ ତାରିଖରେ ବିଶ୍ୱର ବିଭିନ୍ନ ଦେଶ ପାଇଁ ପ୍ରତିଶୋଧମୂଳକ ଶୁଳ୍କ ଘୋଷଣା କରିଛନ୍ତି । ଯାହା ପରେ ବିଶ୍ୱ ବାଣିଜ୍ୟରେ ଅନେକ ପରିବର୍ତ୍ତନ ଦେଖିବା ପାଇଁ ମିଳିଛି ।
ଆମେରିକୀୟ ଶୁଳ୍କ ଯୋଗୁଁ ସାରା ବିଶ୍ୱରେ ସେୟାର ବଜାର ଏବଂ କମ୍ପାନୀଗୁଡ଼ିକରେ ନିରାଶା ମାହୋଲ । ସେହିପରି, ସୁନା ବଜାରରେ ଉତ୍ସାହ ରହିଛି, କାରଣ ବିଶ୍ୱ ବାଣିଜ୍ୟ ଯୁଦ୍ଧ ଆହୁରି ଗଭୀର ହେବାର ଭୟ ଯୋଗୁଁ ସୁରକ୍ଷିତ ନିବେଶ ଦୃଷ୍ଟିକୋଣରୁ ସୁନାର ମୂଲ୍ୟ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ରଏଟର୍ସ ରିପୋର୍ଟ ଅନୁଯାୟୀ, ଶୁଳ୍କ ଘୋଷଣା ପରେ ସୁନା ମୂଲ୍ୟ ବୃଦ୍ଧି ପାଇଛି । ଆଗକୁ ସୁନା ୧୦ ଗ୍ରାମ ୧ ଲକ୍ଷ ଟଙ୍କା ଛୁଇଁପାରେ ।

ବ୍ୟାଙ୍କ ଅଫ୍ ଆମେରିକା ସୁନା ଉପରେ ଏହାର ଲକ୍ଷ୍ୟ ମୂଲ୍ୟ ବୃଦ୍ଧି କରିଛି। ଅନେକ ବିଶ୍ଳେଷକ ବିଶ୍ୱାସ କରନ୍ତି ଯେ ଆଗାମୀ ମାସଗୁଡ଼ିକରେ ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି । HDFC ସିକ୍ୟୁରିଟିଜର କମୋଡିଟି ମୁଖ୍ୟ ଅନୁଜ ଗୁପ୍ତା କହିଛନ୍ତି ତେବେ ଭାରତୀୟ ବଜାରରେ ସୁନାର ମୂଲ୍ୟ ୯୯୦୦୦ ରୁ ୯୯୫୦୦ ସ୍ତର ପର୍ଯ୍ୟନ୍ତ ପହଞ୍ଚିପାରେ। ବର୍ତ୍ତମାନ, MCX ରେ ସୁନା ପ୍ରତି ୧୦ ଗ୍ରାମକୁ ୯୧,୧୦୦ ଟଙ୍କାରେ କାରବାର କରୁଛି ଯାହା ଏକ ଲକ୍ଷରୁ ମାତ୍ରା ୯ ହଜାର କମ ରହିଛି ।












Click it and Unblock the Notifications