ଟ୍ରମ୍ପକୁ ଲାଗିବ ବଡ ଝଟକା, ଭାରତ ସହ ବାଣିଜ୍ୟ ଚୁକ୍ତି ସ୍ବାକ୍ଷର କରିବ ଇସ୍ରାଏଲ !

ଆମେରିକା ସହିତ ଚାଲିଥିବା ଶୁଳ୍କ ବିବାଦ ମଧ୍ୟରେ ଭାରତ ଏବଂ ଇସ୍ରାଏଲ ଏହି ସପ୍ତାହରେ ଏକ ଦ୍ୱିପାକ୍ଷିକ ନିବେଶ ଚୁକ୍ତି (bilateral investment treaty-BIT) ସ୍ୱାକ୍ଷର କରିବାର ସମ୍ଭାବନା ରହିଛି। ଏହି ଚୁକ୍ତି ଦୁଇ ଦେଶ ମଧ୍ୟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତି ( free trade agreement-FTA) ପାଇଁ ମୂଳଦୁଆ ସ୍ଥାପନ କରିବ। ତେବେ ଏହା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଏକ ଝଟକା ହୋଇପାରେ। ସୂତ୍ର ଅନୁସାରେ, ଇସ୍ରାଏଲର ଅର୍ଥମନ୍ତ୍ରୀ ବେଜାଲେଲ୍ ସ୍ମୋଟ୍ରିଚ୍ (Israeli Finance Minister Bezalel Smotrich) ଙ୍କ ଭାରତ ଗସ୍ତ ସମୟରେ ଏହି ଚୁକ୍ତି ହୋଇପାରେ । ସେ ସେପ୍ଟେମ୍ବର ୮ ରୁ ୧୦ ପର୍ଯ୍ୟନ୍ତ ତିନି ଦିନିଆ ଗସ୍ତରେ ଭାରତ ଆସୁଛନ୍ତି।

Israel

ଏହି ଗସ୍ତ ସମୟରେ ସେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitharaman), ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଓ ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଭେଟିବେ। ଏହା ବ୍ୟତୀତ ଇସ୍ରାଏଲୀ ଅର୍ଥମନ୍ତ୍ରୀ ମୁମ୍ବାଇ ଏବଂ ଗାନ୍ଧୀନଗରର GIFT ସିଟି ମଧ୍ୟ ଗସ୍ତ କରିବେ। ଏଠାରେ ଥିବା ଆନ୍ତର୍ଜାତୀୟ ଆର୍ଥିକ ସେବା କେନ୍ଦ୍ର (IFSC) ବିଶ୍ୱସ୍ତରୀୟ ବ୍ୟାଙ୍କିଙ୍ଗ, ବୀମା, ପୁଞ୍ଜି ବଜାର ଏବଂ ପାଣ୍ଠି ପରିଚାଳନା ସେବା ପ୍ରଦାନ କରେ।

ସୂତ୍ର ଅନୁଯାୟୀ, ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି ଭାରତ-ଇସ୍ରାଏଲ ଅର୍ଥନୈତିକ ଏବଂ ଆର୍ଥିକ ସମ୍ପର୍କକୁ ଆହୁରି ମଜବୁତ କରିବା ଓ BIT ,FTA ଭଳି ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ପାଇଁ ଆଧାର ପ୍ରସ୍ତୁତ କରିବା। BIT ଉପରେ ଆଲୋଚନା ସମାପ୍ତ ହୋଇଛି ଏବଂ ଉଭୟ ଅର୍ଥମନ୍ତ୍ରୀ ଏଥିରେ ସ୍ୱାକ୍ଷର କରିବେ। ଭାରତ ଏବଂ ଇସ୍ରାଏଲ ମଧ୍ୟରେ ଏକ ଦ୍ୱିପାକ୍ଷିକ ନିବେଶ ଚୁକ୍ତିନାମା ଉଭୟ ଦେଶର ନିବେଶକମାନଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ସୁନିଶ୍ଚିତ କରିବ। ଉଭୟ ଦେଶର ନିବେଶକମାନଙ୍କୁ ଆଇନଗତ ସୁରକ୍ଷା ଏବଂ ସ୍ଥିରତାର ଗ୍ୟାରେଣ୍ଟି ମିଳିବ। ଏଥିସହ ବିବାଦ ସମାଧାନ ପାଇଁ ଏକ ସ୍ୱାଧୀନ ମଧ୍ୟସ୍ଥତା ମଞ୍ଚ ଉପଲବ୍ଧ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+