ପୁଣି ଥରେ ଭାରତକୁ ଖୋଲା ଧମକ ଦେଲେ ଟ୍ରମ୍ପ , କହିଲେ.....
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଭାରତ ବିରୋଧରେ ଏକ କଡ଼ା ମନ୍ତବ୍ୟ ଦେଇଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ଭାରତ ଋଷ୍ ଠାରୁ ଶସ୍ତାରେ ତେଲ କିଣି ତାହାକୁ ବିକ୍ରି କରି ପ୍ରଚୁର ଲାଭ କମାଉଛି । ଭାରତ ଉପରେ "ପ୍ରତିଶୋଧମୂଳକ ଶୁଳ୍କ" ଲଗାଇବାକୁ ଧମକ ଦେଇଛନ୍ତି ଟ୍ରମ୍ପ ।
ଟ୍ରମ୍ପ ତାଙ୍କ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଲେଖିଛନ୍ତି, "ଭାରତ କେବଳ ରୁଷିଆରୁ ପ୍ରଚୁର ପରିମାଣରେ ତେଲ କିଣୁନାହିଁ, ସେମାନେ ଏହି ଟେଲର ଅଧିକାଂଶ ଖୋଲା ବଜାରରେ ବିକ୍ରି କରି ବଡ଼ ଲାଭ କରୁଛନ୍ତି। ୟୁକ୍ରେନରେ ରୁଷୀୟ ଯୁଦ୍ଧ ଯନ୍ତ୍ର ଦ୍ୱାରା କେତେ ଲୋକ ମରୁଛନ୍ତି, ତାହା ସେମାନେ ଚିନ୍ତା କରୁନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ମୁଁ ଭାରତ ଯୁକ୍ତରାଷ୍ଟ୍ରକୁ ଦେଉଥିବା ଟାରିଫ୍କୁ ନିଶ୍ଚିତ ଭାବେ ବୃଦ୍ଧି କରିବି।"

ଏହା ପୂର୍ବରୁ ଶୁକ୍ରବାର (୧ ଅଗଷ୍ଟ) ଟ୍ରମ୍ପ ଭାରତୀୟ ରିଫାଇନାରୀଗୁଡ଼ିକ ରୁଷିଆରୁ ତେଲ କିଣା ବନ୍ଦ କରିଥିବା ଗଣମାଧ୍ୟମ ରିପୋର୍ଟକୁ ସ୍ୱାଗତ କରିଥିଲେ। କିନ୍ତୁ କିଛି ଘଣ୍ଟା ପରେ ଭାରତ ସରକାରୀ ସୂତ୍ର ଏହି ରିପୋର୍ଟକୁ ଖଣ୍ଡନ କରି କହିଥିଲେ ଯେ, ଭାରତର ଶକ୍ତି ଆମଦାନୀ ବଜାର ଶକ୍ତି ଓ ଜାତୀୟ ସ୍ୱାର୍ଥ ଦ୍ୱାରା ପରିଚାଳିତ ହୁଏ। ସୂତ୍ର ଅନୁଯାୟୀ, "ଭାରତୀୟ ତେଲ କମ୍ପାନୀଗୁଡ଼ିକ ରୁଷିଆରୁ ତେଲ ଆମଦାନୀ ବନ୍ଦ କରିଥିବା କୌଣସି ରିପୋର୍ଟ ସରକାରଙ୍କ ପାଖରେ ନାହିଁ।"












Click it and Unblock the Notifications