ମୋଦିଙ୍କ ସହ ଫୋନରେ କଥା ହେଲେ ଟ୍ରମ୍ପ, ଆମେରିକା ଯିବାକୁ କଲେ ମନା
କାନାଡା G-7 ସମ୍ମିଳନୀ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉଭୟଙ୍କ ମଧ୍ୟରେ ୩୫ ମିନିଟ ଧରି ଆଲୋଚନା ହୋଇଛି । ପାକିସ୍ତାନ ବିରୋଧରେ ଭାରତର ଅପରେସେନ ସିନ୍ଦୁର ନେଇ ବିସ୍ତୁତ ଚର୍ଚ୍ଚା ହୋଇଛି । ଏବେ ବି ଅପରେସନ ସିନ୍ଦୁର ଜାରି ରହିଥିବା ମୋଦି ଟ୍ରମ୍ପଙ୍କୁ ସିଧାସିଧା କହିଛନ୍ତି ।

ସେହିପରି ଭାରତ-ପାକ ପ୍ରସଙ୍ଗରେ ମଧ୍ୟସ୍ଥତାକୁ ଭାରତ କେବେ ବି ଗ୍ରହଣ କରିବ ନାହିଁ ବୋଲି ମୋଦି ସ୍ପଷ୍ଟ କରିଛନ୍ତି । ପାକିସ୍ତାନର ଅନୁରୋଧ ପରେ ହି ଭାରତ ଯୁଦ୍ଧବିରତି ପାଇଁ ରାଜି ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।
କାନାଡାରୁ ଫେରିବା ସମୟରେ ଆମେରିକା ଆସିବାକୁ ଟ୍ରମ୍ପ ମୋଦିଙ୍କୁ ଅନୁରୋଧ କରିଛନ୍ତି । ତେବେ ପୂର୍ବ ନିଦ୍ଧାରିତ କାର୍ଯ୍ୟକ୍ରମ ଯୋଗୁଁ ଏହା ସମ୍ଭବ ନୁହେଁ ବୋଲି ମୋଦି ଟ୍ରମ୍ପଙ୍କୁ ଜଣାଇଛନ୍ତି । ତେବେ ନିକଟ ଭବିଷ୍ୟତରେ ଉଭୟ ସାକ୍ଷାତ କରିବାକୁ ସହମତି ପ୍ରକାଶ କରିଛନ୍ତି । ଏହାପରେ ଭାରତ ଆସିବାକୁ ମୋଦି ଟ୍ରମ୍ପଙ୍କୁ ଅନୁରୋଧ କରିଥିଲେ । ଟ୍ରମ୍ପ ମୋଦିଙ୍କ ଅନୁରୋଧକୁ ରକ୍ଷା କରିବା ସହ ଭାରତ ଆସିବାକୁ ଆଗ୍ରହ ଥିବା କହିଛନ୍ତି ।












Click it and Unblock the Notifications