ଭାରତ ଉପରେ ଆଉ ୨୫% ଟାରିଫ ବୃଦ୍ଧି କଲେ ଡୋନାଲ୍ଟ ଟ୍ରମ୍ପ୍
ପୁଣି ଭାରତ ଉପରେ ରାଗ ଝାଡ଼ିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଲଗାଇଲେ ଅତିରିକ୍ତ ଶୁଳ୍କ। ପୂର୍ବରୁ ଭାରତ ଉପରେ ଟ୍ରମ୍ପ ୨୫% ଟାରିଫ୍ ବା ଶୁଳ୍କ ଲଗାଇଥିବା ବେଳେ ଏବେ ସେଥିରେ ପୁଣି ବୃଦ୍ଧି କରିଛନ୍ତି। ଟ୍ରମ୍ପ ଏବେ ପୁଣିଥରେ ଭାରତ ଉପରେ ୨୫% ଶୁଳ୍କ ଲଗାଇଛନ୍ତି। ଯଦ୍ୱାରା ଦ୍ୱିତୀୟ ୨୫ପ୍ରତିଶତ ଟାରିଫକୁ ମିଶାଇଲେ ଭାରତ ଉପରେ ଟାରିଫ୍ ୫୦%କୁ ବୃଦ୍ଧି ପାଇଛି।
୨୪ ଘଣ୍ଟା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଥିଲେ। ଏହି ଶୁଳ୍କ ଚଳିତ ମାସ ୨୭ ଅଗଷ୍ଟରୁ କାର୍ଯ୍ୟକାରୀ ହେବ। ପୂର୍ବରୁ ଟ୍ରମ୍ପ ୧ ଅଗଷ୍ଟର ଶେଷ ତାରିଖ ପୂର୍ବରୁ ୩୦ ଜୁଲାଇରେ ୨୫ ପ୍ରତିଶତ ଶୁଳ୍କ ଘୋଷଣା କରିଥିଲେ। ପରେ ଏହାକୁ ୭ ଦିନ ପାଇଁ ବୃଦ୍ଧି କରାଯାଇଥିଲା।

ଏହା ପରେ ୭ ଜୁଲାଇ ପୂର୍ବରୁ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଘୋଷଣା କରାଯାଇଛି। ଏହାର ଅର୍ଥ ହେଉଛି ଭାରତ ଉପରେ ଆମେରିକା ଦ୍ୱାରା ଲାଗୁ କରାଯାଇଥିବା ଶୁଳ୍କ ୫୦ ପ୍ରତିଶତ ହୋଇଯାଇଛି। ଅର୍ଥାତ ଭାରତରୁ ଆମେରିକାକୁ ଯାଉଥିବା ସାମଗ୍ରୀ ଉପରେ ୫୦ ପ୍ରତିଶତ ଆମଦାନୀ ଶୁଳ୍କ ଲାଗୁ ହେବ। ଏହି ଶୁଳ୍କ ଆମେରିକାକୁ ଭାରତର ରପ୍ତାନିକୁ ପ୍ରଭାବିତ କରିବ।












Click it and Unblock the Notifications