୨ ହଜାର କର୍ମଚାରୀଙ୍କୁ ଛଟେଇ କଲେ ଟ୍ରମ୍ପ, ୧୦୦୦ ଜଣଙ୍କୁ ପଠାଇଲେ ଛୁଟିରେ

ଆମେରିକୀୟ ଆନ୍ତର୍ଜାତୀୟ ବିକାଶ ସଂସ୍ଥା (ୟୁଏସଏଆଇଡି) ୨୦୦୦ କର୍ମଚାରୀଙ୍କୁ ଚାକିରିରୁ ବିଦା କରିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ପକ୍ଷରୁ ଅଧିସୂଚନା ଜାରି କରାଯାଇଛି। ଏହାସହିତ ୧୦୦୦ ଅଧିକ କର୍ମଚାରୀଙ୍କୁ ଛୁଟିରେ ଯିବା ପାଇଁ ନିର୍ଦେଶ ଦିଆଯାଇଥିବା ନେଇ ଅଧିସୂଚନା ଜାରି ହୋଇଥିବା ଜଣାପଡିଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ବିଶ୍ୱବ୍ୟାପୀ ଆମେରିକୀୟ ଆନ୍ତର୍ଜାତୀୟ ବିକାଶ ସଂସ୍ଥା (ୟୁଏସଏଆଇଡି)ର କିଛି କର୍ମଚାରୀଙ୍କୁ ଚାକିରୀ ଛାଡିବାକୁ ଏବଂ ଆମେରିକାରେ ପ୍ରାୟ ୨୦୦୦ ପଦବୀକୁ ଉଚ୍ଛେଦ କରିବାକୁ ଘୋଷଣା କରିଛି। ଏ ସଂକ୍ରାନ୍ତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଶାସକଙ୍କ କାର୍ଯ୍ୟାଳୟ ଦ୍ୱାରା ମାନବ ସମ୍ବଳ ହ୍ରାସ ପ୍ରୟାସରେ ପ୍ରାୟ ୨୦୦୦ ୟୁଏସଏଆଇଡି କର୍ମଚାରୀଙ୍କୁ ଛଟେଇ କରାଯିବ ବୋଲି ଏହି ବିଜ୍ଞପ୍ତିରେ ଦର୍ଶାଯାଇଛି।

trump

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମେ ହଜାର ହଜାର USAID କର୍ମଚାରୀଙ୍କୁ ବହିଷ୍କାର କରିବାକୁ ଚେଷ୍ଟା କରିବା ପରେ ଏହି ପଦକ୍ଷେପ ନିଆଯାଇଛି । ତା'ପରେ ତାଙ୍କୁ ଆଇନଗତ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିଲା । ଏକ ଫେଡେରାଲ୍ କୋର୍ଟ ଟ୍ରମ୍ପ ପ୍ରଶାସନକୁ USAID ଭାଙ୍ଗିବା ପାଇଁ ବାରଣ କରିଥିଲେ, ଏହି ସ୍ଥଗିତାଦେଶ ସ୍ଥାୟୀ ହେବ ନାହିଁ ବୋଲି ଶୁକ୍ରବାର ଦିନ ରାୟ ଦେଇଥିଲେ ।

ସରକାରଙ୍କ ଏହି ଯୋଜନା ଉପରେ ଅସ୍ଥାୟୀ ଭାବେ ରୋକ୍ ଲଗାଇବାକୁ USAID କର୍ମଚାରୀ କୋର୍ଟରେ ଆବେଦନ କରିଥିଲେ । କିନ୍ତୁ ଏହି ଆବେଦନକୁ ୟୁଏସ୍ ଡିଷ୍ଟ୍ରିକ୍ଟ ବିଚାରପତି କାର୍ଲ ନିକୋଲାସ୍ ଖାରଜ କରିଛନ୍ତି । କର୍ମଚାରୀଙ୍କୁ ଦିଆଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ଫେବୃଆରୀ ୨୩ ରାତି ୧୧ଟା ୫୯ରୁ USAIDର ସମସ୍ତ କର୍ମଚାରୀଙ୍କୁ ପ୍ରଶାସନିକ ଛୁଟିରେ ରଖାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+