ଓଲଟିଲା ଟ୍ରକ୍‌, ଚାଲିଗଲା ୪ ଜୀବନ

ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଅଘଟଣ ଗତକାଲି ବିଳମ୍ବିତ ରାତିରେ ସୀତାପୁରଠାରେ ଦେଖିବାକୁ ମିଳିଛି । ଟ୍ରକ୍ ଓଲଟି ପଡ଼ି ୪ଜଣଙ୍କର ପ୍ରାଣ ଚାଲିଯାଇଥିବା ସୂଚନା ମିଳୁଛି । ଫଳରେ ଘଟଣାସ୍ଥଳରେ ଉତ୍ତେଜନାର ବାତାବରଣ ସୃଷ୍ଟି କରିଛି । ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଛି ।

ସୂଚନାନୁଯାୟୀ, ଭାରସାମ୍ୟ ହରାଇ ଟ୍ରକଟି ସୀତାପୁରଠାରେ ୪ ଜଣଙ୍କ ଉପରେ ଓଲଟି ପଡ଼ି ଦୁର୍ଘଟଣା ଘଟିଥିଲା । ଯାହା ଦ୍ବାରା ଘଟଣାସ୍ଥଳରେ ଭିଡ଼ ଜମିଯାଇଥିଲା । ଟ୍ରକ୍ ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ସ୍ଥାନୀୟ ବାସିନ୍ଦା ଅନେକ ଚେଷ୍ଟା କରିଥିଲେ । ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଜେସିବି ସାହାଯ୍ୟରେ ଚାପି ହୋଇ ରହିଥିବା ୪ଜଣ ଲୋକଙ୍କୁ ଉଦ୍ଧାର କରିଥିଲା । ଚିକିତ୍ସା ପାଇଁ ସେମାନଙ୍କୁ ତୁରନ୍ତ ହସ୍ପିଟାଲ ପଠାଯାଇଥିଲା ।

Truck overturns in UP four boys killed

କିନ୍ତୁ ଡ଼ାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ମୃତକ ହେଲେ ଭଗବାନପୁରର ବାସିନ୍ଦା ସୁଫିଆନ, ଥାନଗାଓଁର ଚହଲାରୀର ବାସିନ୍ଦା ମୁନ୍ନା, ବହରାଇଚ ଜିଲ୍ଲାର ପୂର୍ବାର ବାସିନ୍ଦା ଅଲତାଫ, ଶିବପୁରୀର ବାସିନ୍ଦା ଆଲଫାଜ । ପୋଲିସ ମୃତକମାନଙ୍କୁ ଚିହ୍ନଟ କରି ରାତିରେ ପୋଷ୍ଟମର୍ଟମ ପାଇଁ ପଠାଇଦେଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+