ଟ୍ରକକୁ ପିଟିଲା ବସ୍: ୩୯ ବିଜେପି କର୍ମୀ ଗୁରୁତର
Accident News: ଟ୍ରକକୁ ପିଟିଲା ବସ୍ । ୩୯ ବିଜେପି କର୍ମୀ ଗୁରୁତର ଆଜି ମଧ୍ୟପ୍ରଦଶେର ରାଜଧାନୀ ଭୋପାଳରେ ଆୟୋଜିତ ହେବା ପାଇଁ ଯାଉଛି 'କାର୍ଯ୍ୟକର୍ତ୍ତା ମହାକୁମ୍ଭ' ଯାହାକୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିବା ନେଇ ସୂଚନା ରହିଛି । ଏହି ସଭାରେ ପ୍ରାୟ ୧୦ ଲକ୍ଷରୁ ଅଧିକ ବିଜେପି କର୍ମୀ ଯୋଗ ଦେବେ ।
ତେବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସୁଥିବା ୩୫ରୁ ଅଧିକ ବିଜେପି କର୍ମୀଙ୍କ ଗତକାଲି ରାତିରେ ଦୁର୍ଘଟଣାର ଶିକାର ହୋଇଛି । ଯେଉଁଥିରେ ୩୫ରୁ ଅଧିକ ବିଜେପି କର୍ମୀ ଗୁରୁତର ହୋଇଥିବା ନେଇ ସୂଚନା ରହିଛି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବର୍ତ୍ତମାନ ଚିକିତ୍ସା ଜାରି ରହିଛି ।

ସୂଚନା ଅନୁସାରେ, ଗତକାଲି ରାତିରେ ଭାଗୱନପୁର ଅଞ୍ଚଳର କିଛି ବିଜେପି କର୍ମୀଙ୍କୁ ନେଇ ଏକ ବସ୍ ଭୋପାଳ ଅଭିମୁଖେ ଯାତ୍ରା କରୁଥିଲା । ହେଲେ ଖାରଗାଁ ନିକଟରେ ବସଟି ଦ୍ରୁତ୍ ଗତିରେ ଯାଉଥିବା ବେଳେ ଏକ ରାସ୍ତା ପାର୍ଶ୍ୱରେ ଛିଡା ହୋଇଥିବା ଏକ ଟ୍ରକରେ ପିଟି ହୋଇଯାଇଥିଲା ଫଳରେ ବସରେ ଥିବା ୩୫ରୁ ଅଧିକ ବିଜେପି କର୍ମୀ ଗୁରୁତର ଆହତ ହୋଇଛନ୍ତି । ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସମସ୍ତଙ୍କ ଅବସ୍ଥା ସ୍ଥିର ଅଛି । ସେପଟେ ପୋଲିସ ଦୁଇଟି ଗାଡିକୁ ଯବତ କରି ତଦନ୍ତ ଆରମ୍ଭ କରିଛି ।
ତେବେ ଆଜିଠୁ ଆରମ୍ଭ ହେଉଛି ଜନ-ସଂଘ ସଂସ୍ଥାପକ ଦୀନଦୟାଲ ଉପାଧ୍ୟୟଙ୍କ ଜନ୍ମ ବାର୍ଷିକି ଅବସରରେ ବିଜେପି ପରୁ କାର୍ଯ୍ୟକର୍ତ୍ତା ମହାକୁମ୍ଭ । ପ୍ରଧାନମନ୍ତ୍ରୀ ଏହି ସଭାକୁ ସମ୍ବୋଧନ କରିବେ । ସୂଚନାଥାଉ ଯେ, ୨୦୨୪ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ୩ ଥର ମଧ୍ୟପ୍ରଦେଶ ଗସ୍ତ କରି ସାରିଲେଣି ।












Click it and Unblock the Notifications