ହିଟ୍ ଆଣ୍ଡ ରନ୍ ଆଇନ୍କୁ ବିରୋଧ: ରାସ୍ତାକୁ ଓହ୍ଲାଇଲେ ଟ୍ରକ୍-ବସ୍ ଡ୍ରାଇଭର, ପେଟ୍ରୋଲ ପମ୍ପରେ ଗ୍ରାହକଙ୍କ ଲମ୍ବା ଲାଇନ୍
HIt And Run: ଦେଶର ବିଭିନ୍ନ ରାଜ୍ୟରେ ଟ୍ରକ୍ ଏବଂ ବସ୍ ଡ୍ରାଇଭରମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି । ବହୁ ସଂଖ୍ୟକ ଡ୍ରାଇଭର କେନ୍ଦ୍ର ସରକାରଙ୍କ ନୂଆ ହିଟ୍ ଆଣ୍ଡ ରନ୍ ଆଇନକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି । ଏହି ଆଇନ୍କୁ ଫେରାଇ ନେବା ପାଇଁ ସେମାନେ ଦାବି ରଖିଛନ୍ତି । ଏହାକୁ ନେଇ ମୁମ୍ବାଇ, ଇନ୍ଦୋରଠାରୁ ଆରମ୍ଭ କରି ଦିଲ୍ଲୀ ହରିୟାଣା, ୟୁପି ସମେତ ଅନେକ ସ୍ଥାନରେ ଟ୍ରକ୍ ଚାଳକମାନେ ନିଜ ନିଜ ଟ୍ରକ୍କୁ ରାସ୍ତା ଉପରେ ରଖି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।
କେବଳ ଏତିକି ନୁହେଁ, ଅନେକ ସ୍ଥାନରେ ରାସ୍ତା ଉପରେ ସେମାନେ ନିଆଁ ଲଗାଉଥିବା ମଧ୍ୟ ଦେଖିବା ପାଇଁ ମିଳିଛି । ସେମାନେ କେନ୍ଦ୍ର ସରକାରଙ୍କ ୩ ନୂଆ ଅପରାଧ ଆଇନକୁ ଫେରାଇ ନେବା ପାଇଁ ଦାବି କରୁଛନ୍ତି । ନିକଟରେ କେନ୍ଦ୍ର ସରକାରଙ୍କ ୩ଟି ନୂଆ ଆଇନ୍ ପ୍ରଣୟନ କରିଛନ୍ତି, ଯଦି କୌଣସି ଟ୍ରକ୍ କିମ୍ବା ଡମ୍ପର ଡ୍ରାଇଭର କାହା ଉପରେ ଚଢ଼ି ଚାଲିଯାଆନ୍ତି ତେବେ ତାଙ୍କୁ ୧୦ ବର୍ଷ ଜେଲ ଦଣ୍ଡା ହେବ। ଏଥିସହ ସେମାନଙ୍କୁ ୭ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଦେବାକୁ ପଡିବ। ପୂର୍ବ ଆଇନ୍ ଅନୁସାରେ ହିଟ୍ ଆଣ୍ଡ ରନ୍ ମାମଲାରେ ଫଶିଥିବା ଡ୍ରାଇଭରଙ୍କୁ ବେଶ୍ ଅଳ୍ପ ଦିନ ମଧ୍ୟରେ ଜାମିନ ମିଳି ଯାଉଥିଲା। ଆଉ ଦୁଇ ବର୍ଷ ଜେଲ ଦଣ୍ଡ ବ୍ୟବସ୍ଥା ଥିଲା।

ପରିବହନ ମନ୍ତ୍ରଣାଳୟ ମଙ୍ଗଳବାର କହିଛି ଯେ, କିଛି ମିଡିଆ ପ୍ଲାଟଫର୍ମରେ ବର୍ତ୍ତମାନର ଟ୍ରକ୍ ଷ୍ଟ୍ରାଇକ୍ ଏବଂ ମୋଟର ଭେଇକିଲ୍ ଆକ୍ଟ ସହ ଯୋଡୁଛି ହେଲେ ଏହା ସମ୍ପୁର୍ଣ୍ଣ ଭୁଲ । ଯାନବାହାନ ଅଧିନିୟମ ନୁହେଁ, ସଂସଦରେ ପାରିତ ହୋଇଥିବା ନୂତନ ନିୟମ ସହିତ ଏହା ସମ୍ବନ୍ଧିତ । ବାସ୍ତବରେ, ସଂସଦରେ ନିକଟରେ ଏକ ବିଲ୍ ପାରିତ ହୋଇଛି ଯେଉଁଥିରେ 'ହିଟ୍-ରନ୍' ସମ୍ବନ୍ଧରେ କଡା ବ୍ୟବସ୍ଥା କରାଯାଇଛି। ଟ୍ରକ୍ ଡ୍ରାଇଭରମାନେ କେବଳ ଏହି ବ୍ୟବସ୍ଥା ବିଷୟରେ ପ୍ରଦର୍ଶନ କରିଛନ୍ତି । ଏହି ନିୟମ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ ।
ସରକାରଙ୍କ ପକ୍ଷରୁ ପାରିତ ହୋଇଥିବା ଏହି ନୂଆ ଆଇନକୁ ଟ୍ରକ ଡ୍ରାଇଭରମାନେ ବିରୋଧ କରୁଛନ୍ତି ଏବଂ ଏହାକୁ ପ୍ରତ୍ୟାହାର କରିବାକୁ ପଡିବ ବୋଲି ଡ୍ରାଇଭରମାନେ ଜିଦ୍ ଧରି ବସିଛନ୍ତି ।
ଇନ୍ଦୋର, ମୁମ୍ବାଇ, ମଧ୍ୟପ୍ରଦେଶ, ଗ୍ରେଟର ନଏଡା, ରାଜସ୍ଥାନ ଆଦି ଅଞ୍ଚଳରେ ଡ୍ରାଇଭରଙ୍କ ପ୍ରବଳ ବିରୋଧ ଦେଖିବାକୁ ମିଳିଛି। ରାସ୍ତା ଉପରେ ଟ୍ରକ୍ ରଖି ଏମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଯାହା ଫଳରେ ଟ୍ରାଫିକ ସମସ୍ୟା ମଧ୍ୟ ସୃଷ୍ଟି ହୋଇଛି ଏବଂ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି। ସେପଟେ ଅଏଲ୍ ଟ୍ୟାଙ୍କର ଚାଳକମାନେ ଏହି ଆନ୍ଦୋଳନରେ ସାମିଲ ହେବା ନେଇ ଘୋଷଣା କରିଛନ୍ତି । ଯେହା ପରେ ପେଟ୍ରୋଲ ପମ୍ପରେ ଗ୍ରାହକଙ୍କ ଲମ୍ବା ଲାଇନ୍ ଲାଗିଛି ।












Click it and Unblock the Notifications