Get Updates
Get notified of breaking news, exclusive insights, and must-see stories!

ମଦ ଦୁର୍ନୀତି ମାମଲା: ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କୁ ଜେରା କରିବ CBI

ମଦ ଦୁର୍ନୀତି ମାମଲା: ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କୁ ଜେରା କରିବ CBI

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ଏକ୍ସାଇଜ୍ ପଲିସି ସ୍କାମ ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ସିବିଆଇ) ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଝିଅଙ୍କୁ ପଚରାଉଚରା କରିବ । ଜେରା କରିବାର କିଛି ସମୟ ପୂର୍ବରୁ କବିତାଙ୍କ ବାସଭବନ ବାହାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସୂଚନା ଅନୁସାରେ, ହାଇଦ୍ରାବାଦ ବଞ୍ଜାରା ଠାରେ ଥିବା କବିତାଙ୍କ ଘରେ ସିବିଆଇ ତାଙ୍କୁ ଜେରା କରିବ । ସେନେଇ ପୋଲିସ ପକ୍ଷରୁ ତାଙ୍କ ଘର ବାହାରେ ବ୍ୟାରିକେଡ୍ ଲଗାଯାଇଛି ।

Delhi Liquor Scam

ସେହିପରି ଏହି ମାମଲାକୁ ନେଇ ବିବାଦ ଦେଖିବା ପାଇଁ ମିଳିଛି ହାଇଦ୍ରାବାଦରେ ଦଳର କର୍ମୀମାନେ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇ ନିରନ୍ତର ଏହି ଘଟଣାକୁ ବିରୋଧ କରୁଛନ୍ତି । ଏହି ପୋଷ୍ଟରେ ଲେଖାଯାଇଛି ଜଣେ ଯୋଦ୍ଧାଙ୍କର ଝିଅ କେବେ ଭୟ କରିବ ନାହିଁ।'

ଡିସେମ୍ବର ୧୧ରେ କବିତାଙ୍କୁ ପଚରାଉଚରା କରାଯିବା ନେଇ ସିବିଆଇ ପକ୍ଷରୁ ତାଙ୍କୁ ଡିସେମ୍ବର ୬ରେ ନୋଟିସ୍ ଦିଆଯାଇଥିଲା । ସେହିପରି କବିତା ମଧ୍ୟ ଏହି ମାମଲାରେ ସିବିଆଇକୁ ସମସ୍ତ ସହଯୋଗ କରିବେ ବୋଲି କହିଥିଲେ ସେ କହିଥିଲେ ଯେ, ୧୩ ତାରିଖକୁ ଛାଡି ୧୧ ରୁ ୧୫ ମଧ୍ୟରେ ସେ CBI ସମ୍ମୁଖରେ ଉପସ୍ଥିତ ରହିବେ ।

ସୂଚନାଥାଉ ଯେ,ଦିଲ୍ଲୀରେ ନୂଆ ଅବକାରୀ ନୀତି ପ୍ରଚଳନ କରି କେଜ୍ରିୱାଲ ସରକାର କୋଟି କୋଟି ଟଙ୍କା ଦୁର୍ନୀତି କରିଥିବା ନେଇ ଦିଲ୍ଲୀ ଉପ- ରାଜ୍ୟପାଳ ଅଭିଯୋଗ କରିଥିଲେ । ତେବେ ଏହି ମାମଲାରେ ସେ CBI ଯାଞ୍ଜ ଡିମାଣ୍ତ କରିଥିଲେ । ଯାହା ପରେ ଏହି ମାମଲାରେ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ଅନେକ ଲୋକଙ୍କ ନାଁ ସାମିଲ ଥିଲା । ହେଲେ CBI ତରଫରୁ କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟରେ ମନୀଷ ସିସୋଦିଆଙ୍କ ନାଁ ନଥିଲା ଯାହାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା । ଚାର୍ଜସିଟରେ ଆମ୍ ଆଦମୀ ପାର୍ଟିର ଯୋଗାଯୋଗ ମୁଖ୍ୟ ବିଜୟ ନାୟାର, ହାଇଦ୍ରାବାଦ ସ୍ଥିତ ବ୍ୟବସାୟୀ ଅଭିଷେକ ବୋଇନାପାଲୀଙ୍କ ସମେତ ୭ ଜଣ ଅଭିଯୁକ୍ତଙ୍କ ନାଁ ସାମିଲ ଅଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+