ପୂଜାଙ୍କ ବିରୋଧରେ ମାମଲା ରୁଜୁ କଲା UPSC

ନୂଆଦିଲ୍ଲୀ: ତାଲିମପ୍ରାପ୍ତ ଆଇଏଏସ୍ ଅଫିସର ପୂଜା ଖେଡକରଙ୍କ ପାଇଁ ବଢିଲା ଅଡୁଆ । ୟୁପିଏସସି (ୟୁନିଅନ ପବ୍ଲିକ ସର୍ଭିସ କମିଶନ) ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ମହାରାଷ୍ଟ୍ର କ୍ୟାଡରର ଟ୍ରେନି ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ବିବାଦରେ ପଡ଼ିବା ପରେ ଲୋକ ସେବା ଆୟୋଗ ବା ୟୁପିଏସ୍‌ସି ପୂଜାଙ୍କ ବିରୋଧରେ ଏଫ୍‌ଆଇର ଦାଏର କରିଛି ।

ଏହା ସହିତ ସିଭିଲ ସେବା ପରୀକ୍ଷା ୨୦୨୨ରେ ତାଙ୍କ ଆଫ୍ଲିକେସନ୍ କାହିଁକି ରଦ୍ଦ କରାଯିବ ନାହିଁ ଏବଂ ଭବିଷ୍ୟତରେ ହେବାକୁ ଥିବା ପରୀକ୍ଷାରୁ ତାଙ୍କୁ କାହିଁକି ରୋକାଯାଇ ପାରିବ ନାହିଁ ସେ ନେଇ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରିଛି ୟୁପିଏସ୍‌ସି । ୟୁପିଏସ୍‌ସି ଏକ ବିବୃତି ଜାରି କରି କହିଛି ଯେ ପୂଜା ଖେଦକରଙ୍କ ମାମଲାରେ ପୁଙ୍ଖାନୁପୁଙ୍ଖ ତଦନ୍ତ ହୋଇଛି । ତଦନ୍ତରୁ ଏହା ଜଣାପଡ଼ିଛି ଯେ ପୂଜା ପରୀକ୍ଷା ନିୟମର ଉଲ୍ଲଂଘନ କରିଛନ୍ତି ଏବଂ ସେ ତାଙ୍କ ନିଜ ନାଁ ଓ ବାପା, ମା'ଙ୍କ ନାଁ , ତାଙ୍କ ଫଟୋଗ୍ରାଫ୍‌, ଦସ୍ତଖତ, ଇମେଲ୍ ଆଇଡି, ମୋବାଇଲ ନମ୍ବର ଏବଂ ଠିକଣା ସବୁକିଛି ଜାଲ୍ କରିଛନ୍ତି ।

Puja Khedkar

ୟୁପିଏସ୍‌ସି ପୂଜାଙ୍କ ବିରୋଧରେ କେତେକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପର୍ଯ୍ୟାୟକ୍ରମେ ସମସ୍ତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଶେଷ ହେବ ବୋଲି ବିବୃତିରେ କୁହାଯାଇଛି । ପୂଜାଙ୍କ ବିରୋଧରେ ଆପରାଧିକ ମାମଲାରେ ଏଫ୍‌ଆଇଆର୍ ରୁଜୁ ହୋଇଥିବା ବେଳେ ରାଜ୍ୟ ସରକାର ମଧ୍ୟ ଏ ଦିଗରେ କେତେକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ପୂଜାଙ୍କ ସିଭିଲ୍ ସର୍ଭିସ୍ ପରୀକ୍ଷା-୨୦୨୨ ରଦ୍ଦ କରିବାପାଇଁ କମିସନ୍‌ଙ୍କ କାର୍ଯ୍ୟାନୁଷ୍ଠାନ ବାବଦରେ ପୂଜା କହିଛନ୍ତି ଯେ ଏ ବାବଦରେ ଆଗକୁ ଅଦାଲତରେ ହିଁ ଯାହାକିଛି ଫଏସଲା ହେବ ।

ପୂଜା କେବଳ ନକଲି ସାର୍ଟିଫିକେଟ୍ ଦେଇ ଆଇଏଏସ୍ ହୋଇନାହାନ୍ତି ବରଂ ପ୍ରଶିକ୍ଷଣ ସମୟରେ ରହି ବି ସେ କ୍ଷମତାର ଅପବ୍ୟବହାର କରିଛନ୍ତି । ପୁନେ ଜିଲ୍ଲାପାଳ ପୂଜାଙ୍କର କେତେକ ବେଆଇନ ପଦକ୍ଷେପ ନେଇ ଅଭିଯୋଗ କରିବାପରେ ତାଙ୍କୁ ୱାଶିମକୁ ବଦଳି ହୋଇଥିଲା । ଏହାକୁ ନେଇ ପୂଜା ଜିଲ୍ଲାପାଳଙ୍କ ବିରୋଧରେ ନିର୍ଯାତନା ମାମଲା ରୁଜୁ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+