ବିଜେପିକୁ କଟାକ୍ଷ କଲେ ଅଖିଳେଶ, କହିଲେ ଦଳ ଭିତରେ...
ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ, ବିଜେପିର ଆଭ୍ୟନ୍ତରୀଣ ମତଭେଦ ଉତ୍ତରପ୍ରଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଯଦି ସୂତ୍ରକୁ ବିଶ୍ୱାସ କରାଯାଏ, ତେବେ ବିଜେପି ଖୁବ୍ ଶୀଘ୍ର ଉତ୍ତରପ୍ରଦେଶରେ ସଂଗଠନ ଏବଂ କ୍ୟାବିନେଟରେ ପରିବର୍ତ୍ତନ ଆଣିପାରେ । ଏଭଳି ସମୟରେ ସମାଜବାଦି ପାର୍ଟି ସୁପ୍ରିମୋ ତଥା ସାଂସଦ ଅଖିଳେଶ ଯାଦବ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଅଖିଳେଶ ଯାଦବ ବିଜେପିକୁ ଟାର୍ଗେଟ କର କହିଛନ୍ତି, ବିଜେପିରେ ଏକ ବିରାଟ ବିଭାଜନ ହୋଇଛି ।
ଦିନକୁ ଦିନ ଦଳ ଦୁର୍ବଳ ହେବାରେ ଲାଗିଛି ଏବଂ ଦଳ ମଧ୍ୟରେ ଫାଟ ବଢିଛି । କେବଳ ଇଞ୍ଜିନ୍ ନୁହେଁ, ଏବେ ଡବା ବି ପରସ୍ପର ମୁହାଁମୁହିଁ ହେଲେଣି । ନିକଟରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଏନଡିଏ ସରକାରଙ୍କ 'ସବକା ସାଥ, ସବକା ବିକାଶ' ସ୍ଲୋଗାନ ଦେଇ ଯିବେ ନାହିଁ ବୋଲି କହିଥିଲେ । ଏ ସମ୍ପର୍କରେ ଅଖିଳେଶ ଯାଦବ କହିଛନ୍ତି, ଜଣେ ଭାଜପା ନେତା ନିଜର ଶୀର୍ଷ ନେତୃତ୍ୱ ଦେଇଥିବା ସ୍ଲୋଗାନକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।
ଅନ୍ୟପଟେ ଏକ ସାମ୍ବାଦିକ ସମ୍ମିଳନୀରେ ଅଖିଳେଶ ଯାଦବ କହିଛନ୍ତି ଯେ ଆସନ ଲଢେଇରେ ଜନସାଧାରଣ ହିଁ କ୍ଷତିଗ୍ରସ୍ତ ହେଉଛନ୍ତି । ଜଣେ ମହିଳା ନ୍ୟାୟ ମାଗିବାକୁ ଯାଇ ଆତ୍ମହତ୍ୟା କରିଥିଲେ, ପୁଲିସ ଏବଂ ସ୍ଥାନୀୟ ପ୍ରଶାସନ କ'ଣ କରୁଥିଲେ? ଅଖିଳେଶ ଯାଦବ କହିଛନ୍ତି, ଶିକ୍ଷକମାନଙ୍କର ଅନଲାଇନ୍ ଉପସ୍ଥାନକୁ ସ୍ଥଗିତ ରଖାଯିବା ଉଚିତ ନୁହେଁ ବରଂ ବାତିଲ କରାଯାଉ । ବିଜେପିର ଲୋକମାନେ ଯେଉଁ ଆସନ ପାଇଁ ଲଢେଇ କରୁଛନ୍ତି, ସେଥିପାଇଁ ପ୍ରଶାସନିକ ବ୍ୟବସ୍ଥା ସମାପ୍ତ ହୋଇଯାଇଛି ।

ସୂଚନାଯୋଗ୍ୟ,ଲୋକ ସଭା ନିର୍ବାଚନ ୨୦୨୪ର ଫଳାଫଳକୁ ନେଇ ନିରାଶ ହୋଇ ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ଖରାପ ପ୍ରଦର୍ଶନ ଉପରେ ସମୀକ୍ଷା ଆରମ୍ଭ କରିଛି । ଏହି ସଂପର୍କରେ ୟୁପି ରାଜ୍ୟ ସଭାପତି ଭୁପେନ୍ଦ୍ର ଚୌଧୁରୀ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା କରିଥିଲେ । ଏହି ବୈଠକରେ ପରାଜୟ ବିଷୟରେ ଆଲୋଚନା କରାଯାଇଥିବା କୁହାଯାଉଛି ।












Click it and Unblock the Notifications