ମମତା ବାନାର୍ଜୀଙ୍କୁ ବଡ ଝଟକା, ଇସ୍ତଫା ଦେଲେ ରାଜ୍ୟ ସଭାପତି

ନୂଆଦିଲ୍ଲୀ: ତ୍ରିପୁରା ଟିଏମସିର ପ୍ରଦେଶ ଅଧ୍ୟକ୍ଷ ପିଜୁସ କାନ୍ତି ବିଶ୍ୱାସ ମଙ୍ଗଳବାର ନିଜ ପଦ ଓ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ପିଜୁଷ କାନ୍ତି ବିଶ୍ବାସ ତାଙ୍କ ଇସ୍ତଫା ଟିଏମସି ମୁଖ୍ୟ ମମତା ବାନାର୍ଜୀ ଏବଂ ଦଳର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ନିକଟରେ ଦାଖଲ କରିଛନ୍ତି। ଚଳିତ ବିଧାନସଭା ନିର୍ବାଚନରେ ଟିଏମସି ପୂରା ଶକ୍ତି ଲଗାଇ ନିର୍ବାଚନ ଲଢିଥିଲେ ଦଳ ବହୁତ ଖରାପ ପ୍ରଦର୍ଶନ କରିଥିଲା ।

Mamata Banerjee

ପିଜୁଷ ଲେଖିଛନ୍ତି ଯେ, ମୁଁ ଟିଏମସିର ତ୍ରିପୁରା ରାଜ୍ୟ ସଭାପତି ପଦରୁ ମୋର ଇସ୍ତଫା ପତ୍ର ପ୍ରଦାନ କରିଛି। ଏହା ସହିତ ମୁଁ ତୃଣମୂଳ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେଉଛି। ମୋତେ ଏହି ଦାୟିତ୍ଵ ଦେଇଥିବାରୁ ଆପଣ ଏବଂ ଅଭିଷେକ ବାନାର୍ଜୀଙ୍କ ନିକଟରେ ମୁଁ କୃତଜ୍ଞ।

ସୂଚନାଥାଉ କି, ୬୦ ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭା ପାଇଁ ଚଳିତ ବର୍ଷ ଫେବୃଆରୀ ମାସରେ ନିର୍ବାଚନ ହୋଇଥିଲା । ଯେଉଁଥିରେ ଦଳ ୨୮ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। କିନ୍ତୁ ଟିଏମସି ଗୋଟିଏ ସିଟ୍ ମଧ୍ୟ ଜିତିପାରି ନଥିଲା। ଏହି ନିର୍ବାଚନରେ ​​ଟିଏମସି ମାତ୍ର ୦.୮୮ ପ୍ରତିଶତ ଭୋଟ୍ ପାଇଥିଲା। ଏହି ନିର୍ବାଚନରେ ​​ବିଜେପି ୩୨ ଟି ଆସନରେ ଜିତିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+