ତ୍ରିପୁରାରେ ପୁଣି ବିଜେପି, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମାଣିକ ସାହା
ତ୍ରିପୁରାରେ ବିଜେପିକୁ ମିଳିଲା ଏକ ବଡ଼ ବିଜୟ । ତ୍ରିପୁରାରେ ବହୁମତ ପାଇଛି ବିଜେପି । ବିଜେପି ମେଣ୍ଟ ବର୍ତ୍ତମାନ ସୁଦ୍ଧା 32 ଆସନରେ ବିଜୟୀ ହେବା ସହ 2 ଆସନରେ ଆଗୁଆ ରହିଛି । ସେହିପର୍ ବାମଦଳ 13 ଆସନରେ ବିଜୟୀ ହେବା ସହ 1 ଆସନରେ ଆଗୁଆ ରହିଛି ।

ତ୍ରିପୁରା ନିର୍ବାଚନ: ତ୍ରିପୁରା ବିଧାନସଭା ନିର୍ବାଚନରେ ଭୋଟ୍ ଗଣନା ଜାରି ରହିଛି । ପ୍ରାରମ୍ଭିକ ଧାରାରେ ବିଜେପି ପୁଣି ଥରେ ରାଜ୍ୟକୁ ଫେରୁଛି । ଟାଉନ ବୋର୍ଦୋୱାଲି ଆସନରୁ ମୁଖ୍ୟମନ୍ତ୍ରୀ ମାଣିକ ସାହା ଜିତିସାରିଛନ୍ତି । ସେ କଂଗ୍ରେସର ଆଶିଷ କୁମାର ସାହାଙ୍କୁ ପରାସ୍ତ କରିଛନ୍ତି। ସିଏମ ମାଣିକ ସାହା ନିଜ ବିଜୟକୁ ଲୋକଙ୍କୁ ଉତ୍ସର୍ଗ କରିଛନ୍ତି । ବିଜେପି ପୁଣି ଥରେ ମାଣିକ ସାହାଙ୍କ ଉପରେ ବିଶ୍ୱାସ ରଖିଛି ।
ସୂଚନାନୁସାରେ, ମାଣିକ ସାହାଙ୍କ ନେତୃତ୍ୱରେ ହୋଇଥିବା ବିରାଟ ବିଜୟରେ ବିଜେପି ଅତ୍ୟନ୍ତ ଖୁସି ଏବଂ ସେଥିପାଇଁ ଦଳ ରାଜ୍ୟର ନେତୃତ୍ୱରେ କୌଣସି ପରିବର୍ତ୍ତନ କରିବାକୁ ଚାହୁଁନାହିଁ । ଏଥିରୁ ସ୍ପଷ୍ଟ ଯେ ମାଣିକ ସାହା ମୁଖ୍ୟମନ୍ତ୍ରୀ ପଦକୁ ପୁଣି ଫେରିବା ପାଇଁ ଯାଉଛନ୍ତି ।
#WATCH | Tripura CM and BJP candidate from Town Bardowali, Manik Saha arrives at the party office in Agartala as the party wins 15 and leads on 18 of the total 60 seats in the state.
CM Saha himself has won from his seat. #TripuraElection2023 pic.twitter.com/siwfo0Zwzj
— ANI (@ANI) March 2, 2023
ତ୍ରିପୁରାରେ ବହୁମତ ପାଇଛି ବିଜେପି । ବିଜେପି ମେଣ୍ଟ ବର୍ତ୍ତମାନ ସୁଦ୍ଧା 32 ଆସନରେ ବିଜୟୀ ହେବା ସହ 2 ଆସନରେ ଆଗୁଆ ରହିଛି । ସେହିପର୍ ବାମଦଳ 13 ଆସନରେ ବିଜୟୀ ହେବା ସହ 1 ଆସନରେ ଆଗୁଆ ରହିଛି । ଏବଂ TMP 12 ଆସନରେ ବିଜୟୀ ହୋଇଛି । ଟାଉନ ବୋର୍ଦୋୱାଲି ଆସନରୁ କଡ଼ା ମୁକାବିଲାରେ ସିଏମ ମାଣିକ ସାହା ଜିତିଛନ୍ତି। ସେ କଂଗ୍ରେସ ପ୍ରାର୍ଥୀ ଆଶିଷ କୁମାର ସାହାଙ୍କୁ 1,257 ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ମାଣିକ ସାହା 19,586 ଭୋଟ ପାଇଛନ୍ତି । ଏହିପରି ଭାବରେ ସେ 49.77 ପ୍ରତିଶତ ଭୋଟ୍ ପାଇଲେ। କଂଗ୍ରେସର ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଆଶିଷ କୁମାରଙ୍କୁ 18,329 ଭୋଟ୍ ମିଳିଛି, ଯାହା ମୋଟ ଭୋଟ୍ ଅଂଶର 46.58 ପ୍ରତିଶତ ଅଟେ । ରାଜଧାନୀ ଅଗରତାଲାସ୍ଥିତ ବିଜେପି କାର୍ଯ୍ୟାଳୟରେ ବିଜୟ ଉତ୍ସବ ପାଳନ କରାଯାଉଛି ।
ପିଏମ ମୋଦୀଙ୍କୁ ଦେଲେ ବିଜୟର ଶ୍ରେୟ
ଏହି ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶ୍ରେୟ ଦେଇ ମୁଖ୍ୟମନ୍ତ୍ରୀ ମାଣିକ ସାହା କହିଛନ୍ତି ଯେ, ଆମେ ଏହା ମଧ୍ୟ କହିଥିଲୁ ଯେ ବିଜେପି ପୁଣିଥରେ ସଂଖ୍ୟାଗରିଷ୍ଠତା ସହ ସରକାର ଗଠନ କରିବ ଏବଂ ଏପର୍ଯ୍ୟନ୍ତ ଫଳାଫଳ ଦର୍ଶାଉଛି ଯେ, ଆମେ ସରକାର ଗଠନ କରିବା ପାଇଁ ଯାଉଛୁ । ମୁଁ ଏହି ବିଜୟ ପାଇଁ ଗର୍ବିତ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ନିର୍ବାଚନ ରଣନୀତି ସହିତ ଆମେ ଏହି ବିଜୟ ହାସଲ କରିଛୁ, ଏଥିପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛି । ଏହା ସହ ସେ ଅମିତ ଶାହା, ଜେ.ପି ନାଡ୍ଡା, ରାଜନାଥ ସିଂ ଏବଂ ସମସ୍ତ ଦଳର କର୍ମୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।












Click it and Unblock the Notifications