For Quick Alerts
Turn On Notification  
For Daily Alerts
Oneindia App Download

ତ୍ରିପୁରାର ସିଏମ ଭାବେ ଶପଥ ନେଲେ ମାଣିକ ସାହା

ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମାଣିକ ସାହା । ଅଗରତାଲା ରାଜ ଭବନରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ସତ୍ୟଦେଓ ନାରାୟଣ ଆର୍ଯ୍ୟ ଶପଥପାଠ କରାଇଛନ୍ତି ।

|

ଅଗରତାଲା: ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମାଣିକ ସାହା । ଅଗରତାଲା ରାଜ ଭବନରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ସତ୍ୟଦେଓ ନାରାୟଣ ଆର୍ଯ୍ୟ ଶପଥପାଠ କରାଇଛନ୍ତି । ଫଳରେ ତ୍ରିପୁରାର ଏକାଦଶତମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ମାଣିକ ସାହା । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାପରେ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ BJP ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି ମାଣିକ । ଏଥିସହ ରାଜ୍ୟର ସାମଗ୍ରୀକ ବିକାଶ ପାଇଁ ସର୍ବଦା କାର୍ଯ୍ୟ କରିବେ ବୋଲି କହିଛନ୍ତି ।

Manik saha

ପେଷାରେ ଜଣେ ଡେଣ୍ଟିଷ୍ଟ ଥିବା ମାଣିକ ସାହା ଆସନ୍ତାବର୍ଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଗାଦି ସମ୍ଭାଳିବେ ବୋଲି ଅନୁମାନ କରାଯାଉଛି । କାରଣ ଆସନ୍ତା ବର୍ଷ ଏହି ଉତ୍ତର-ପୂର୍ବ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ପଦରୁ ବିପ୍ଳଦ ଦେବଙ୍ଗ ହଠାତ ଇସ୍ତଫା ରାଜନୈତିକ ମହଲରେ ସମସ୍ତଙ୍କୁ ଆଚମ୍ବିତ କରିଥିଲା । ତେବେ ଟିଏମସି ଏହି ରାଜ୍ୟରେ ନିଜର ଶକ୍ତିବୃଦ୍ଧି କରୁଥିବାରୁ ଡକ୍ଟର ସାହାଙ୍କ ନେତୃତ୍ବରେ ଦଳ ଏଠାରେ ପୁଣି ଆଗାମୀ ବିଧାନସଭା ନିର୍ବାଚନ ଜିତିବାକୁ ଗୋଟିଚାଳନା କରିଥିବା ଚର୍ଚ୍ଚା ହେଉଛି ।

2016ରେ ମାଣିକ ସାହା କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ । 2020ରେ ତାଙ୍କୁ ତ୍ରିପୁରା ବିଜେପି ପ୍ରାଦେଶିକ ମୁଖ୍ୟ ଭାବେ ଦଳ ଦାୟିତ୍ବ ଦେଇଥିଲା ଓ ଚଳିତ ବର୍ଷ ମାର୍ଚ୍ଚରେ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ନିର୍ବାଚନର ଗୋଟିଏ ବର୍ଷ ପୂର୍ବରୁ ରାଜ୍ୟରେ ହଠାତ ମୁଖ୍ୟମନ୍ତ୍ରୀ ବଦଳ ସମସ୍ତଙ୍କୁ ଚକିତ କରିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Tripura New Cm manik saha took aoth. He is 11th cm of Tripura.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X