ତ୍ରିପୁରାରେ ଆତ୍ମସମର୍ପଣ କଲେ ୫୦୦ରୁ ଅଧିକ ଉଗ୍ରବାଦୀ
ତ୍ରିପୁରାରେ ଦୁଇଟି ଉଗ୍ରବାଦୀ ସଂଗଠନର ୫୦୦ରୁ ଅଧିକ ସଦସ୍ୟ ଆଜି ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି । ନ୍ୟାସନାଲ୍ ଲିବରେସନ୍ ଫ୍ରଣ୍ଟ ଅଫ୍ ତ୍ରିପୁରା ଏନ୍.ଏଲ୍.ଏଫ୍.ଟି. ଏବଂ ଅଲ୍ ତ୍ରିପୁରା ଟାଇଗର ଫୋର୍ସ୍ ଏ.ଟି.ଟି.ଏଫ୍. ସଂଗଠନର ଏହି ସଦସ୍ୟମାନେ ହିଂସାର ମାର୍ଗ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି ।
ସୋପାହି ଜାଲା ଜିଲ୍ଲା ଅନ୍ତର୍ଗତ ଜାମ୍ପୁଇଜାଲା ଠାରେ ଆୟୋଜିତ ଏକ ସମାରୋହରେ ସେମାନେ ଆତ୍ମସମର୍ପଣ କରିଥିଲେ । ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ଡକ୍ଟର ମାନିକ୍ ଶାହା, ରାଜ୍ୟ ମୁଖ୍ୟ ଶାସନ ସଚିବ ଜେ. କେ. ସିହ୍ନା ଏବଂ ପୁଲିସ୍ ମହାନି ନିର୍ଦ୍ଦେଶକ ଅମିତାଭ ରଂଜନ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ମୁଖ ମୁଖ୍ୟମନ୍ତ୍ରୀ ଡକ୍ଟର ଶାହା କହିଥିଲେ, ଭଗ୍ରବାଦୀଙ୍କ ଏଭଳି ଏଭଳି ପଦକ୍ଷେପ ଦ୍ଵାରା ରାଜ୍ୟରେ ବିକାଶ ଅଧିକ ତ୍ବରାନ୍ବିତ ହୋଇପାରିବ ।

କେନ୍ଦ୍ର ସରକାର ଏବଂ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ଅନେକ ସଂଗଠନ ମଧ୍ୟରେ ମୋଟ୍ ୧୨ଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ସେଥୁମଧ୍ୟରେ ତ୍ରିପୁରା ସହ ତିନୋଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି ବୋଲି ଡକ୍ଟର ଶାହା କହିଛନ୍ତି । ଏହି ବୁଝାମଣ ମଣା ଦ୍ବାରା ତ୍ରିପୁରାରେ ଶାନ୍ତି ଫେରିବାରେ ସହାୟକ ହୋଇଛି ।
ସୂଚନା ଯୋଗ୍ୟ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଗତ ତାରିଖରେ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାର, ତ୍ରିପୁରା ସରକାର ଏବଂ ଏହି ଦୁଇଟି ଭଗ୍ରବାଦୀ ସଂଗଠନ ମଧ୍ୟରେ ତ୍ରିପାକ୍ଷିକ ଶାଢିଚୁକ୍ତି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।
-
ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ -
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ନିଲମ୍ବିତ ବିଧାୟକମାନଙ୍କୁ ବଡ଼ ଆହ୍ବାନ ଦେଲେ ମୋକିମ୍, କହିଲେ...... -
ଆଉ ଆଲୋଚନା ନୁହେଁ, ଆମେ ପାକିସ୍ତାନଠାରୁ ପ୍ରତିଶୋଧ ନେବୁ... କାବୁଲରେ ଆକ୍ରମଣ ପରେ ତାଲିବାନ କଲା ଘୋଷଣା -
ଇରାନ-ଆମେରିକା ଯୁଦ୍ଧ, ଗିରଫ ହେଲେ ୧୯ ଭାରତୀୟ -
ଖଡଗେଙ୍କୁ ପ୍ରଶଂସା କଲେ ମୋଦୀ, କହିଲେ ତାଙ୍କ ପାଖରୁ...... -
ମହାପ୍ରଭୁଙ୍କ ଦର୍ଶନ କଲେ ଦିଲୀପ ରାୟ: କହିଲେ… -
ରାଜ୍ୟରେ ଆସନ୍ତା ୫ଦିନ ଧରି ଘଡ଼ଘଡ଼ି ଓ ବର୍ଷା ! -
Rajya Sabha Election : ୪ ବିଜୟୀ ନେତାଙ୍କୁ ମିଳିଲା ସାର୍ଟିଫିକେଟ୍ -
ଗୁଜୁରାଟ ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା ଶିବାଲିକ୍ ଏଲ୍ପିଜି ଟ୍ୟାଙ୍କର -
ଭୁବନେଶ୍ବରରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ -
ବିଜେଡିର ୬ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍












Click it and Unblock the Notifications