ତ୍ରିପୁରା ବିଧାନସଭା ନିର୍ବାଚନ: ୪୮ ପ୍ରାର୍ଥୀଙ୍କ ତାଲିକା ଜାରି କଲା ବିଜେପି

ତ୍ରିପୁରା ବିଧାନସଭା ନିର୍ବାଚନ ୨୦୨୩ ପାଇଁ ବିଜେପି ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି । ତାଲିକାରେ ୪୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ।

Tripura Assembly Eelection

ତ୍ରିପୁରା: ତ୍ରିପୁରା ବିଧାନସଭା ନିର୍ବାଚନ ୨୦୨୩ ପାଇଁ ବିଜେପି ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି । ତାଲିକାରେ ୪୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଏହି ତାଲିକା ପ୍ରକାଶ ପାଇବା ସହିତ ପୂର୍ବତନ ସିଏମ୍ ବିପ୍ଲବ କୁମାର ଦେବଙ୍କର ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା ନକରିବାର କଳ୍ପନାଜଳ୍ପନା ଉପରେ ଲାଗିଛି ବ୍ରେକ୍ ।

ତ୍ରିପୁରାର ୬୦ଟି ଆସନ ମଧ୍ୟରୁ ବିଜେପି ୪୮ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଏହି ତାଲିକାରେ ୧୧ ଜଣ ମହିଳାଙ୍କ ନାଁ ସାମିଲ ଅଛି । ତେବେ ମୁଖ୍ୟମନ୍ତ୍ରୀ ମାଣିକ ଶାହାଙ୍କୁ ବୋରଦବଲି ସିଟରୁ ପ୍ରାର୍ଥୀ କରିଛି ଦଳ । ସେହିପରି ବିଜେପିର ଏହି ପ୍ରାର୍ଥୀ ତାଲିକାରୁ ବାଦ ପଡିଛନ୍ତି ପୂର୍ବତମ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ତାଙ୍କ ବଦଳରେ ଦଳ ବିଜେପି ସଭାପତି ରାଜୀବ ଭଟ୍ଟାଚାର୍ଯ୍ୟଙ୍କୁ ଟିକେଟ୍ ଦେଇଛି । ଅନ୍ୟପକ୍ଷରେ ଉପମୁଖ୍ୟମନ୍ତ୍ରୀ ଜିଷ୍ଣୁ ଦେବବର୍ମା ଚରିଲିସ ଆସନରୁ ନିର୍ବାଚନ ଲଢିବେ ଏବଂ କେନ୍ଦ୍ରମନ୍ତ୍ରୀ ପ୍ରତିମା ଭୋମିକ ଧନପୁର ଆସନରୁ ଲଢିବେ ।

ଫେବୃଆରୀ ୧୬ରେ ହେବ ମତଦାନ
ଜାନୁଆରୀ ୧୮ ରେ ତ୍ରିପୁରାର ୬୦ଟି ଆସନ ପାଇଁ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଥିଲେ । ଫେବୃଆରୀ ୧୬ରେ ରାଜ୍ୟରେ ମତଦାନ ଅନୁଷ୍ଠିତ ହେବ । ମାର୍ଚ୍ଚ ୨ରେ ଭୋଟ ଗଣତି ହେବ । ତ୍ରିପୁରା ବିଧାନସଭାର କାର୍ଯ୍ୟକାଳ ମାର୍ଚ୍ଚ ୨୨ରେ ଶେଷ ହେବ । ତ୍ରିପୁରାରେ ସିପିଏମର ୨୫ ବର୍ଷର ସରକାରକୁ ପରାସ୍ତ କରି ୨୦୧୮ରେ ବିଜେପି କ୍ଷମାତାକୁ ଆସିଥିଲା । ୨୦୧୮ ନିର୍ବାଚନରେ ୬୦ଟି ଆସନରୁ ୩୬ ଆସନ ହାତେଇଥିଲା ବିଜେପି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+