ଶ୍ରୀନଗରର ଲାଲ୍ ଚୌକ୍ ଅଞ୍ଚଳରେ ଉଡିଲା ତ୍ରିରଙ୍ଗା, ପତାକା ଉତ୍ତୋଳନ କଲେ ରାହୁଲ ଗାନ୍ଧୀ

ଶ୍ରୀନଗରର ଲାଲ୍ ଚୌକ୍ ଅଞ୍ଚଳରେ ଉଡିଲା ତ୍ରିରଙ୍ଗା, ପତାକା ଉତ୍ତୋଳନ କଲେ ରାହୁଲ ଗାନ୍ଧୀ

Rahul Gandhi

ଜାମ୍ମୁ କାଶ୍ମୀର: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର 'ଭାରତ ଯୋଡୋ' ଯାତ୍ରା ଶ୍ରୀନଗରର ଲାଲ ଚୌକରେ ପହଞ୍ଚିଛି । ଏଠାରେ ରାହୁଲ ଗାନ୍ଧୀ କାର୍ଯ୍ୟସୂଚୀ ଅନୁଯାୟୀ ପତାକା ଉତ୍ତୋଳନ କରିଥିଲେ। ତ୍ରିରଙ୍ଗା ଉତ୍ତୋଳନ ହେବା ମାତ୍ରେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା।ରାହୁଲ ଗାନ୍ଧୀଙ୍କ ସହ ତାଙ୍କ ଭଉଣୀ ତଥା କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ । ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡା କଡି କରାଯାଇଛି । ଲାଲ ଚକ୍କର ସମଗ୍ର ଅଞ୍ଚଳକୁ ସିଲ୍ କରାଯାଇଛି ଏବଂ ସହରର ଚାରିପାଖରେ ଏକ ବହୁ ସ୍ତରୀୟ ସୁରକ୍ଷା କର୍ଡନ୍ ତିଆରି କରାଯାଇଥିଲା । ରାହୁଲ ଗାନ୍ଧୀ ଆଜି ଅପରାହ୍ନ ୫ ଟାରେ ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିବେ।

ଲାଲ ଚୌକରେ ପତାକା ଉତ୍ତୋଳନ କରି ରଣଦୀପ ସୁରଜେୱାଲା କହିଛନ୍ତି, "ଲାଲ ଚୌକ୍ ଠାରୁ ଭାରତୀୟ ପତାକା ଉତ୍ତୋଳନ କରି ଆମେ ଦେଖାଇଛୁ ଯେ ଘୃଣା କିମ୍ବା ବିଭାଜନ କାମ କରିବ ନାହିଁ । ପ୍ରେମ, ଏବଂ ଭାଇଚାରା ଏହି ଦେଶକୁ ଏକ କରି ରଖିପାରିବ । ବେରୋଜଗାରୀ ପାଇଁ ମୋଦୀ ସରକାରଙ୍କୁ ଉତ୍ତର ଦେବାକୁ ପଡିବ।

ଅନ୍ୟପକ୍ଷରେ, ୨୧ଟି ରାଜନୈତିକ ଦଳକୁ ସୋମବାର ସମାପନ ସମାରୋହରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ ହେଲେ ମାତ୍ର ୧୨ଟି ଦଳ ସମାରୋହରେ ଯୋଗ ଦେବେ ଅନ୍ୟ ୯ଟି ଦଳ ଯୋଗ ଦେବା ପାଇଁ ସଫା ସଫା ମନା କରିଦେଇଥିବା ସୂଚନା ରହିଛି ।

ସୂଚନାଥାଉ ଯେ, ସେପ୍ଟମ୍ବର ୭ ତାରିଖ ଦିନ ପ୍ରଥମେ କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା 'ଭାରତ ଯୋଡୋ' ଯାତ୍ରା ଆସନ୍ତା କାଲି ଅର୍ଥାତ୍ ଜାନୁଆରୀ ୩୦ ତାରିଖରେ ଶ୍ରୀନଗରରେ ଶେଷ ହେବ । ମୋଟ୍ ୧୨ଟି ରାଜ୍ୟ ଦେଇ ପ୍ରାୟ ୧୪୫ଦିନର ଏହି ଯାତ୍ରା ୩,୯୭୦ କିଲୋମିଟର୍ ଅତିକ୍ରମ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+