ଭୂକଭୂକମ୍ପରେ ଥରିଲା ମଣିପୁର; ରିକ୍ଟର ସ୍କେଲରେ ତୀବ୍ରତା ୫.୨
ମଣିପୁର ଚୁରାଚାନ୍ଦପୁର ଜିଲ୍ଲାରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଗତକାଲି ବିଳମ୍ବିତ ରାତି ପ୍ରାୟ ୧.୫୫ ମିନିଟରେ ଭୂକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପର ତୀବ୍ରତା ୫.୨ ରହିଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ୪୦ କିଲୋମିଟର ଗଭୀରତାରେ ଅନୁଭୂତ ହୋଇଥିଲା । ଯାହା ଫଳରେ ଏହାର ପ୍ରଭାବ ଆଖପାଖ ରାଜ୍ୟ ମିଆଁମାର ଏବଂ ବାଂଲାଦେଶରେ ଅନୁଭୂତ ହୋଇଥିଲା । ଭୂକମ୍ପର ସ୍ଥିତି NCS ସୂତ୍ରରୁ ଜଣାପଡିଛି ।
ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ 24.46 ଉତ୍ତର ଅକ୍ଷାଂଶ ଏବଂ 93.70 ପୂର୍ବ ଦ୍ରାଘିମାରେ ଥିଲା। ଯାହାର ଗଭୀରତା 40 କିଲୋମିଟର ଥିଲା। ଏହାର କିଛି ସମୟ ପରେ, ମଣିପୁରରେ ଦ୍ୱିତୀୟ ଥର ପାଇଁ ଭୂମିକମ୍ପ ଅନୁଭୂତ ହୋଇଥିଲା।

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁଯାୟୀ, ମଣିପୁରର ନୋନି ଜିଲ୍ଲାରେ ରାତି 2.26 (ଭାରତୀୟ ସମୟ) ରେ 2.5 ତୀବ୍ରତାର ଏକ ମୃଦୁ ଭୂମିକମ୍ପ ହୋଇଥିଲା। ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ନୋନି ଜିଲ୍ଲାରେ 24.53 ଉତ୍ତର ଅକ୍ଷାଂଶ ଏବଂ 93.50 ପୂର୍ବ ଦ୍ରାଘିମାରେ ଥିଲା। ଯାହାର ଗଭୀରତା 25 କିଲୋମିଟର ଥିଲା। ତଥାପି, ଏହି ଭୂମିକମ୍ପ ଯୋଗୁଁ ଜୀବନ ଏବଂ ସମ୍ପତ୍ତି କ୍ଷତିର କୌଣସି ଖବର ମିଳିନାହିଁ।












Click it and Unblock the Notifications