ମନ୍ଦିର ଉପରେ ଗଛ ପଡ଼ି ୭ ଶ୍ରଦ୍ଧାଳୁ ମୃତ
ମୁମ୍ବାଇ:ମହାରାଷ୍ଟ୍ରରେ ତାଣ୍ତବ ରଚିଲା ବର୍ଷା, ପବନ । ପ୍ରବଳ ବେଗରେ ପବନ ବହିବା ଯୋଗୁ ଗଛ ଭାଙ୍ଗି ମନ୍ଦିର ଉପରେ ପଡିବାରୁ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଜଣ ଆହତ ହୋଇଛନ୍ତି । ରବିବାର ସନ୍ଧ୍ୟାରେ ମହାରାଷ୍ଟ୍ରର ଆକୋଲା ଜିଲ୍ଲାରେ ପ୍ରବଳ ବେଗରେ ପବନ ବହିବାରୁ ଏକ ମନ୍ଦିରର ଟିଣ ଉପରେ ଏକ ବିରାଟ ନୀମ୍ବ ଗଛ ପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି ।

ରବିବାର ବିଳମ୍ବିତ ରାତିରେ ମହାରାଷ୍ଟ୍ରର ଆକୋଲା ଜିଲ୍ଲାରେ ପ୍ରବଳ ପବନ ବହିବା ସହିତ ବର୍ଷା ହୋଇଥିଲା । ଏହି ସମୟରେ, ଆକୋଲା ଜିଲ୍ଲାର ବାଲାପୁର ତହସିଲର ପାରାସ ଗ୍ରାମରେ ଥିବା ବାବାଜୀ ମହାରାଜଙ୍କ ମନ୍ଦିରରେ ପ୍ରସାଦ ବଣ୍ଟନ ହେଉଥିଲା । ଯେଉଁଥି ପାଇଁ ପ୍ରାୟ ୪୦ରୁ ଅଧିକ ଶ୍ରଦ୍ଧାଳୁ ଏକାଠି ହୋଇଥିଲେ । ଏହି ସମୟରେ ଏକ ବିଶାଳ ନିମ୍ବ ଗଛ ଭାଙ୍କି ମନ୍ଦିର ସେଡ୍ ଉପରେ ପଡିଥିଲା । ଫଳରେ ମନ୍ଦିର ଭିତରେ ଉପସ୍ଥିତ ଥିବା ଲୋକେ ତଳେ ଚାପି ହୋଇ ରହିଯାଇଥିଲେ । ଗାଁ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ ।
ସୂଚନା ପାଇ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ୱାରାନ୍ୱିତ କରିଥିଲେ । ଗଛ କଟା ଯାଇ ତେଳ ଫସି ରହିଥିବା ଶ୍ରଦ୍ଧାଳୁଙ୍କୁ ଉଦ୍ଧାର କରାଯାଇଥିଲା । ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିଲା ।
ରିପୋର୍ଟ ଅନୁସାରେ, ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ୭ ଜଣଙ୍କର ମୃତ୍ୟୁ ହୋଇଥିବା ହେଳେ ପ୍ରାୟ ୫ ଜଣଙ୍କ ଅବସ୍ଥା ଗରୁତର ଅଛି ଏହଂ ୩୦ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅକୋଲା ଜିଲ୍ଲାର ଜିଲ୍ଲାପାଳ ଏବଂ ଏସପି ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।












Click it and Unblock the Notifications