ଆସନ୍ତାକାଲି ' World Cup Final', ଭାରତର ବିଜୟ ପାଇଁ କ୍ରିକେଟ ପ୍ରେମୀଙ୍କ ପୂଜାର୍ଚ୍ଚନା
World Cup Final 2023: World Cup Final ଅର୍ଥାତ୍ ୱାନ ଡେ'ମ୍ୟାଚରେ ଶେଷ ମ୍ୟାଚକୁ ଦେଖିବା ପାଇଁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି। ତୃତୀୟ ଥର ପାଇଁ ODI ବିଶ୍ୱକପ ଟାଇଟଲ ଜିତିବା ପାଇଁ ଭାରତର ପାଖରେ ଏକ ସୁବର୍ଣ୍ଣ ସୁଯୋଗ ରହିଛି । ଏହି ବିଶ୍ୱକପରେ ଅପରାଜୟ ରହି ଭାରତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । କ୍ରମାଗତ 10 ଟି ମ୍ୟାଚ୍ ଜିତିବା ପରେ ଭାରତୀୟ ଦଳ ଫାଇନାଲରେ ପ୍ରବେଶ କରିଛି।

ବର୍ତ୍ତମାନ ଭାରତୀୟ ଟିମର ବିଜୟ ପାଇଁ ଆରମ୍ଭ ହୋଇଯାଇଛି ପୂଜାର୍ଚ୍ଚନା । ପ୍ରୟାଗରାଜରେ କିନର୍ ମାନେ ଭାରତୀୟ ଦଳର ବିଜୟ ପାଇଁ ବିଶେଷ ପୂଜାର୍ଚ୍ଚନା କରୁଥିବାର ଖବର ପ୍ରକାଶ ପାଇଛି । ଏହି ପୂଜାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିନ୍ନର ସମ୍ପ୍ରଦାୟ ବିଶେଷ ପୂଜା କରିଥିଲେ ଏବଂ ବିଶ୍ୱକପ ଜିତିବା ପାଇଁ ଭାରତୀୟ ଦଳ ପାଇଁ ପ୍ରାର୍ଥନା କରିଥିଲେ । ଏହି ପୂଜା କରିବା ସମୟରେ ତାଙ୍କ ହାତରେ ଭାରତୀୟ ଦଳର ଖେଳାଳିଙ୍କ ଫଟୋ ମଧ୍ୟ ଦେଖିବାକୁ ମିଳୁଛି ।
Special Pooja from the transgender community for team India's victory in the Final. pic.twitter.com/Osb2O8T5qw
— Mufaddal Vohra (@mufaddal_vohra) November 18, 2023
ଖେଳାଳିଙ୍କ ଫୋଟ ସାମ୍ନାରେ ଆଳତୀ କରାଯାଉଛି ଏବଂ ଶଙ୍ଖବାଜାୟି ପୂଜାର୍ଚ୍ଚନା କରାଯାଉଛି । ସେହିପରି ଭାରତୀୟ ଦଳର ବିଜୟ ପାଇଁ ଦେଶର ଅନେକ ମସଜିଦ ସାମ୍ନାରେ ମଧ୍ୟ ପ୍ରାର୍ଥନା କରାଯାଉଛି । 2011 ବିଶ୍ୱକପ ପରେ ଭାରତ ପୁଣି ଥରେ ODI ବିଶ୍ୱକପ ଜିତିବାର ସୁଯୋଗ ପାଇଛି । ଭାରତର ସମସ୍ତ ଧର୍ମର ଲୋକମାନେ ବର୍ତ୍ତମାନ ଭାରତର ବିଜୟ ପାଇଁ ପ୍ରାର୍ଥନା କରୁଛନ୍ତି ।
Special Pooja from the transgender community for team India's victory in the Final. pic.twitter.com/Osb2O8T5qw
— Mufaddal Vohra (@mufaddal_vohra) November 18, 2023
ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଚଳିତ ବର୍ଷ ବିଶ୍ୱକପ ଜିତିବା ପାଇଁ ସବୁଠାରୁ ବଡ ପ୍ରତିଯୋଗୀ ଭାବରେ ବିବେଚିତ ହୋଇଥିଲା। ଭାରତୀୟ ଦଳ ମଧ୍ୟ ନିଜର ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛି । ଏଥର ବ୍ୟାଟ୍ସମ୍ୟାନଙ୍କ ବ୍ୟତୀତ ଭାରତୀୟ ବୋଲରମାନେ ମଧ୍ୟ ନିଜ ବୋଲିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି ।
ବିଶେଷକରି ଦଳରେ ଫାଷ୍ଟ ବୋଲର ମହମ୍ମଦ ଶାମିଙ୍କ ଏଣ୍ଟ୍ରି ପରେ ବେଶ୍ ଶକ୍ତିଶାଳୀ ହୋଇଛି ଭାରତୀୟ ଟିମ୍ । ଅନ୍ତିମ ମ୍ୟାଚରେ ଭାରତୀୟ ଦଳର ଖେଳାଳିମାନେ କ୍ରମାଗତ 11 ତମ ବିଜୟ ହାସଲ କରି ବିଜୟ ଧାରା ବଜାୟ ରଖିବାକୁ ଏବଂ ବିଶ୍ୱକପ ଟ୍ରଫି ଜିତିବାକୁ ଚେଷ୍ଟା କରୁଛନ୍ତି ।
-
ମହାପ୍ରଭୁଙ୍କ ଦର୍ଶନ କଲେ ଦିଲୀପ ରାୟ: କହିଲେ… -
ଆଉ ଆଲୋଚନା ନୁହେଁ, ଆମେ ପାକିସ୍ତାନଠାରୁ ପ୍ରତିଶୋଧ ନେବୁ... କାବୁଲରେ ଆକ୍ରମଣ ପରେ ତାଲିବାନ କଲା ଘୋଷଣା -
୨୧ ଯାଏଁ କୁଆପଥର ବର୍ଷା ସମ୍ଭାବନା, ଆଜି ପାଇଁ ଆଲର୍ଟ ଜାରି -
ଇରାନ-ଆମେରିକା ଯୁଦ୍ଧ, ଗିରଫ ହେଲେ ୧୯ ଭାରତୀୟ -
Rajya Sabha Election : ୪ ବିଜୟୀ ନେତାଙ୍କୁ ମିଳିଲା ସାର୍ଟିଫିକେଟ୍ -
ଗୁଜୁରାଟ ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା ଶିବାଲିକ୍ ଏଲ୍ପିଜି ଟ୍ୟାଙ୍କର -
ନିଲମ୍ବିତ ବିଧାୟକମାନଙ୍କୁ ବଡ଼ ଆହ୍ବାନ ଦେଲେ ମୋକିମ୍, କହିଲେ...... -
LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଶୀଘ୍ର କରନ୍ତୁ ଏହି କାମ -
ଭୁବନେଶ୍ବରରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ -
ରାଜ୍ୟରେ ଆସନ୍ତା ୫ଦିନ ଧରି ଘଡ଼ଘଡ଼ି ଓ ବର୍ଷା ! -
Odisha Weather: ସତର୍କ କଲା ପାଣିପାଗ ବିଭାଗ, ଆହୁରି ୫ଦିନ ଘଡ଼ଘଡ଼ି ସହ ବର୍ଷା -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ











Click it and Unblock the Notifications