ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ,ପାଇଲଟ ମୃତ
ଗୁଜୁରାଟର ଆମରେଲିରେ ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ପାଇଲଟଙ୍କ ଜୀବନ ଯାଇଛି। ଡେପୁଟି ଏସପି ଚିରାଗ ଦେଶାଇ ଏହାକୁ ନିଶ୍ଚିତ କରିଛନ୍ତି। ଦେଶାଇ କହିଛନ୍ତି ଯେ ଭିଜନ୍ ଫ୍ଲାଇଂ ଇନଷ୍ଟିଚ୍ୟୁଟର ଏକ ତାଲିମ ବିମାନ ଆମରେଲିରେ ଦୁର୍ଘଟଣାଗ୍ରସ୍ତ ହୋଇଛି।
ଅପରାହ୍ନ ୧୨.୫୨ ସମୟରେ ବିମାନ ଦୁର୍ଘଟଣା ଖବର ମିଳିଥିଲା । ଖବର ପାଇବା ପରେ ଅଗ୍ନିଶମ ଟିମ୍ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ବିମାନରେ ଥିବା ପାଇଲଟକୁ ଉଦ୍ଧାର କରାଯାଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ବିମାନଟି ଜନବସତି ଉପରେ ପଡିଥିଲା । ଶାସ୍ତ୍ରୀ ନଗର ଅଞ୍ଚଳରେ ପ୍ଲେନର ଭଗ୍ନାବଶେଷ ପଡ଼ିଥିବା ପରେ ସଙ୍ଗେ ସଙ୍ଗେ ନିଆଁ ଲାଗିଯାଇଥିଲା । ସ୍ଥାନୀୟ ଅଞ୍ଚଳର ୪ଟି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ମୃତ ପାଇଲଟ ଜଣକ ଘରୋଇ ପାଇଲଟ ଟ୍ରେନିଂ ସଂସ୍ଥାର ହୋଇଥିବା ଜଣାପଡ଼ିଛି ।












Click it and Unblock the Notifications