ପୂଜା ଖେଡ଼କରଙ୍କୁ ବଡ ଝଟକା, ଟ୍ରେନିଂ ରଦ୍ଦ କରାଯାଇ ଏକାଡେମୀରୁ ଆସିଲା ଡାକରା

ମୁମ୍ବାଇ: ମହାରାଷ୍ଟ୍ରର ବିବାଦୀୟ ଟ୍ରେନି ଆଇଏଏସ୍‌ ପୂଜା ଖେଡ଼କରଙ୍କୁ ବଡ ଝଟକା ।ବିବାଦରେ ଛନ୍ଦି ହେବାପରେ ଉତ୍ତରାଖଣ୍ଡର ମସୁରି ସ୍ଥିତ ଲାଲ ବାହଦୁର ଶାସ୍ତ୍ରୀ ନ୍ୟାସନାଲ ଆଡମିନିଷ୍ଟେସନ ଏକାଡେମୀ ପୂଜା ଖେଡକରଙ୍କ ମହାରାଷ୍ଟ୍ର ରୁ ଟ୍ରେନିଂକୁ ବାତିଲ କରିଛି । ଏହା ସହିତ ଏକାଡେମି ପୂଜାଙ୍କୁ ତୁରନ୍ତ ଆସିବା ପାଇଁ ଏକ ଚିଠି ମଧ୍ୟ ଜାରି କରିଛି । ଏକାଡେମି ମହାରାଷ୍ଟ୍ର ସରକାରଙ୍କୁ ଏକ ଚିଠି ଲେଖି ଏ ସମ୍ପର୍କ ବାବଦରେ ଜଣାଇଛି । ପ୍ରଶାସନିକ ସେବା ପରୀକ୍ଷାରେ ସାର୍ଟିଫିକେଟ ଜାଲିଆତିକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ତାଙ୍କ ପ୍ରଶିକ୍ଷଣକୁ ସ୍ଥଗିତ କରି ଦିଆଯାଇଛି।

ନିକଟରେ ଭିଆଇପି ଷ୍ଟାଟସ୍ ମାଗିବା ସହ ପଦବୀର ଦୂରୁପୋଯୋଗ ଅଭିଯୋଗରେ ଖେଡକରଙ୍କୁ ବଦଳି କରା ଯାଇଥିଲା। ଏହାପରେ ତାଙ୍କ ବିରୁଦ୍ଧରେ ଗୋଟିଏ ପରେ ଗୋଟିଏ ସଙ୍ଗୀନ ଅଭିଯୋଗ ଆସିଥିଲା। ଜାଲ୍ ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ UPSC ପରୀକ୍ଷାରେ ପାସ୍ କରିଥିବା ଅଭିଯୋଗ ପରେ ବିବାଦ ଆହୁରି ତୀବ୍ର ହୋଇଥିଲା। ବର୍ତ୍ତମାନ ଲାଲ୍ ବାହାଦୁର ଶାସ୍ତ୍ରୀ ନ୍ୟାସନାଲ ଏକାଡେମି ଅଫ୍ ଆଡମିନିଷ୍ଟ୍ରେସନ(LBSNAA), ମସୌରୀ ପକ୍ଷରୁ ତାଙ୍କ ଟ୍ରେନିଂ କାର୍ଯ୍ୟକ୍ରମକୁ ସ୍ଥଗିତ କରଖାଯାଇଛି। ଜୁଲାଇ ୨୩ ସୁଦ୍ଧା ଟ୍ରେନିଂ ଏକାଡେମୀ ଆସିବାକୁ କୁହାଯାଇଛି।

Puja Khedkar

ସୋମବାର ପୂଜାଙ୍କୁ ନେଇ ଏକ ନୂଆ ତଥ୍ୟ ସାମ୍‌ନାକୁ ଆସିଥିଲ। , ୨୦୦୭ରେ ସେ ପୁଣେର କାଶିବାଇ ନବ୍‌ଲେ ମେଡିକାଲ କଲେଜରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ଆଡ୍‌ମିଶନ କରିଥିଲେ। ଏହି ନାମଲେଖା ବେଳେ ପୂଜା ଦାଖଲ କରିଥିବା ଡାକ୍ତରୀ ପ୍ରମାଣପତ୍ରରେ ତାଙ୍କର ଶାରୀରିକ ଅକ୍ଷମତା ଥିବା ନେଇ କୌଣସି ତଥ୍ୟ ଉଲ୍ଲେଖ କରି ନ ଥିଲେ। ଓବିସି(ନନ୍‌ କ୍ରିମି ଲେୟାର) କୋଟା ବ୍ୟବହାର କରି ସେ ନାମ ଲେଖାଇଥିବା କାଶିବାଇ ନବ୍‌ଲେ ମେଡିକାଲ କଲେଜର ନିର୍ଦ୍ଦେଶକ ଅରବିନ୍ଦ ଭୋରେ କହିଛନ୍ତି। ତେବେ ୟୁପିଏସ୍‌ସି ଦ୍ୱାରା ପରିଚାଳିତ ପ୍ରକ୍ରିୟା ସମୟରେ ତାଙ୍କର ଅନେକ ଅକ୍ଷମତା ଥିବା ପୂଜା ଦର୍ଶାଇଥିଲେ, ଯାହାକୁ ନେଇ ବିବାଦ ଜାରି ରହିଛି।

ଅନ୍ୟପକ୍ଷରେ ବିଭିନ୍ନ ବିବାଦରେ ଘେରି ହୋଇ ରହିଥିବା ଏହି ଟ୍ରେନି ଆଇଏଏସ୍‌ ଅଫିସର ସୋମବାର ମୁହଁ ଖୋଲିଛନ୍ତି। ମିଡିଆ ଟ୍ରାଏଲ କରାଯାଇ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ଉଦ୍ୟମ ହେଉଛି। ସେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ଓ ଦିନେ ନା ଦିନେ ସତ୍ୟ ସାମ୍‌ନାକୁ ଆସିବ ବୋଲି ପୂଜା ଦ୍ରୁଢ଼ୋକ୍ତି ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ପୂଜା ପୁଣେର ଆସିଷ୍ଟାଣ୍ଟ କଲେକ୍ଟର ଭାବେ ଯୋଗଦେବା ପୂର୍ବରୁ ସରକାରୀ ଗାଡ଼ି, ଭିଆଇପି ନମ୍ବର ପ୍ଲେଟ୍‌, ରହିବା ପାଇଁ ଘର, ପର୍ଯ୍ୟାପ୍ତ ଷ୍ଟାଫ୍‌ ଓ ଜଣେ କନ୍‌ଷ୍ଟେବଳ ଦାବି କରି ବିବାଦ ଘେରକୁ ଆସିଥିଲେ। କ୍ଷମତାର ଏପରି ଅପବ୍ୟବହାର ଯୋଗୁ ତାଙ୍କୁ ଓ୍ବାଶିମ୍‌ ଜିଲାର ଆସିଷ୍ଟାଣ୍ଟ କଲେକ୍ଟର ଭାବେ ବଦଳି କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+