ଆଜିଠାରୁ ମହଙ୍ଗା ହେବ ଟ୍ରେନ ଯାତ୍ରା, ଟିକେଟ୍ ବୁକ୍ କରିବା ପୂର୍ବରୁ ଜାଣନ୍ତୁ ଏହା ଆପଣଙ୍କ ପକେଟ ଉପରେ କେତେ ପ୍ରଭାବ ପକାଇବ ?
ଆଜିଠାରୁ ମହଙ୍ଗା ରେଳ ଯାତ୍ରା । ଅର୍ଥାତ୍ ରେଳରେ ଯାତ୍ରା କରିବା ପାଇଁ ଏଣିକି ଯାତ୍ରୀଙ୍କୁ ଦେବାକୁ ପଡ଼ିବ ଅଧିକ ଅର୍ଥ । ଭାରତୀୟ ରେଳବାଇ ଗତ ୬ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ସାରା ଦେଶରେ ଭଡ଼ା ବୃଦ୍ଧି କରିଛି । ଏହାଦ୍ବାରା ମେଲ ଓ ଏକ୍ସପ୍ରେସ ଟ୍ରେନର ଉଭୟ ଏସି ଓ ନନ ଏସି କୋଚରେ ଯାତ୍ରା କରୁଥିବା ଦୂରଗାମୀ ଯାତ୍ରୀ ପ୍ରଭାବିତ ହେବେ । ଦିଲ୍ଲୀ-ହାଓଡ଼ା ଏବଂ ଦିଲ୍ଲୀ-ମୁମ୍ବାଇ ଭଳି ବ୍ୟସ୍ତବହୁଳ ରୁଟରେ ମଧ୍ୟ ସଂଶୋଧିତ ଭଡ଼ା ଲାଗୁ ହେବ । ତେବେ ରେଳ ଭଡ଼ା ବୃଦ୍ଧି ଯୋଗୁଁ ଲକ୍ଷାଧିକ ଯାତ୍ରୀ ପ୍ରଭାବିତ ହେବେ । ଏହାପୂର୍ବରୁ ଜୁଲାଇ ମାସରେ ରେଳ ଭଡ଼ା ବୃଦ୍ଧି କରାଯାଇଥିଲା ।

ଭାରତ ବିନା ମରିଯିବ ବାଂଲାଦେଶ ! ରପ୍ତାନୀ ଅଟକିଲେ ଆସିବ ବଡ଼ ସଙ୍କଟ
ବର୍ତ୍ତମାନ ବର୍ଦ୍ଧିତ ଭଡ଼ାରୁ ରେଳବାଇକୁ ପ୍ରାୟ ୬୦୦ କୋଟି ଟଙ୍କାର ଅତିରିକ୍ତ ରାଜସ୍ୱ ମିଳିବ ବୋଲି ଆଶା କରାଯାଉଛି । ସବ୍-ଅର୍ବାନ୍ ସେବା ଓ ମାସିକ ଟିକଟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହି ନିଷ୍ପତ୍ତି ରେଳ ସେବାକୁ ଆର୍ଥିକ ଭାବେ ମଜଭୁତ୍ କରିବ ବୋଲି କୁହାଯାଉଛି ନୂଆ ବ୍ୟବସ୍ଥାରେ ସାଧାରଣ ବର୍ଗରେ ୨୧୫ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିବା ପାଇଁ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ ନାହିଁ। ତେବେ ୨୧୬ କିଲୋମିଟରରୁ ଅଧିକ ଯାତ୍ରା ପାଇଁ ଏହି ଭଡ଼ା ବଢ଼ିଛି। ସାଧାରଣ ବର୍ଗରେ କିଲୋମିଟର ପିଛା ୧ ପଇସା ଏବଂ ମେଲ୍/ଏକ୍ସପ୍ରେସ୍ ଟ୍ରେନ୍ର ସମସ୍ତ ଏସି ଓ ନନ-ଏସି ଶ୍ରେଣୀରେ କିଲୋମିଟର ପିଛା ୨ ପଇସା ବୃଦ୍ଧି କରାଯାଇଛି।
ବଢ଼ିଲା ରେଳ ଭଡ଼ା
୨୧୫ କିମି ପର୍ଯ୍ୟନ୍ତ ସାଧାରଣ ଶ୍ରେଣୀରେ କୌଣସି ବୃଦ୍ଧି ନାହିଁ
୨୧୬ରୁ ୭୫୦ କିଲୋମିଟର ପର୍ଯ୍ୟନ୍ତ ୫ ଟଙ୍କା ବୃଦ୍ଧି
୭୫୧ରୁ ୧୨୫୦ କିଲୋମିଟର ପର୍ଯ୍ୟନ୍ତ ୧୦ ଟଙ୍କା ବୃଦ୍ଧି
୧୨୫୧ରୁ ୧୭୫୦ କିଲୋମିଟର ପର୍ଯ୍ୟନ୍ତ ୧୫ ଟଙ୍କା ବୃଦ୍ଧି
୧୭୫୧ରୁ ୨୨୫୦ କିଲୋମିଟର ପର୍ଯ୍ୟନ୍ତ ୨୦ ଟଙ୍କା ବୃଦ୍ଧି
ମେଲ୍/ଏକ୍ସପ୍ରେସ୍ ନନ୍-ଏସି ଓ ଏସିରେ ୨ ପଇସା କିମି ପ୍ରତି
୫୦୦ କିମି. ନନ୍-ଏସିରେ ଯାତ୍ରା କଲେ ୧୦ ଟଙ୍କା ଅଧିକ ଦେବାକୁ ପଡ଼ିବ
ରେଳବାଇ ଅତିରିକ୍ତ ରାଜସ୍ୱ ୬୦୦ କୋଟି ଟଙ୍କା ପାଇବ
ସବ-ଅର୍ବାନ ଓ ସିଜନ ଟିକଟରେ କୌଣସି ପରିବର୍ତ୍ତନ ନାହିଁ












Click it and Unblock the Notifications