Train News: ଜୁଲାଇ ୧ରୁ ମହଙ୍ଗା ହେବ ଟ୍ରେନ୍ ଯାତ୍ରା
ଭାରତୀୟ ରେଲ୍ଓ୍ବେ ଜୁଲାଇ ୧ରୁ ଏହାର ଯାତ୍ରୀଭଡ଼ା ବଢ଼ାଇବାକୁ ଯାଉଛି। ବାତାନୁକୂଳିତ, ଅଣବାତାନୁକୂଳିତ ମେଲ୍, ଏକ୍ସପ୍ରେସ୍ ଏବଂ ୨ୟ ଶ୍ରେଣୀ ଟିକେଟ ଭଡ଼ା ସାମାନ୍ୟ ବୃଦ୍ଧି ପାଇବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଅଣବାତାନୁକୂଳିତ ମେଲ୍ ଏବଂ ଏକ୍ସପ୍ରେସ୍ ଭଡ଼ା କିଲୋମିଟର ପ୍ରତି ୧ ପଇସା ବଢ଼ିବାକୁ ଥିବାବେଳେ ଏସି ଟ୍ରେନ୍ ଭଡ଼ା ୨ ପଇସା ବଢ଼ିବ। ସବ୍ଅର୍ବାନ ଟ୍ରେନ୍ ଏବଂ ମାସିକ ସିଜନ ଟିକେଟ କ୍ଷେତ୍ରରେ ଭଡ଼ାରେ ପରିବର୍ତ୍ତନ ହେବ ନାହିଁ।

ସେହିପରି ସାଧାରଣ ୨ୟ ଶ୍ରେଣୀରେ ୫୦୦ କି.ମି. ପର୍ଯ୍ୟନ୍ତ ଯାତ୍ରା ପାଇଁ ଭଡ଼ା ଅପରିବର୍ତ୍ତିତ ରହିବ। ୫୦୦ କି.ମି.ରୁ ଅଧିକ ପ୍ରତି ୧ କି.ମି. ପାଇଁ ଭଡ଼ା ୦.୫ ପଇସା ବୃଦ୍ଧି କରାଯିବ। ଆଇଆର୍ସିଟିସି ଓ୍ବେବ୍ସାଇଟ୍ ଏବଂ ଆପ୍ ଜରିଆରେ ସମସ୍ତ ତତ୍କାଳ ଟିକେଟ ବୁକିଂ ପାଇଁ ଆଧାର ପ୍ରାମାଣିକତା ଜୁଲାଇ ୧ରୁ ବାଧ୍ୟତାମୂଳକ ହେବ। ତତ୍କାଳ ସ୍କିମ୍ର ଦୁରୁପଯୋଗ ବନ୍ଦ କରିବା ଏବଂ ପ୍ରକୃତ ଯାତ୍ରୀମାନେ ଯେପରି ଏହି ଟିକେଟ ପାଇବେ, ତାହା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଗତ ୧୦ରେ ଏକ ନିର୍ଦ୍ଦେଶନାମା ବଳରେ ରେଳ ମନ୍ତ୍ରଣାଳୟ ଏହା ଘୋଷଣା କରିଥିଲା।












Click it and Unblock the Notifications