ପୁଣି ଟ୍ରେନରେ ଅଗ୍ନିକାଣ୍ଡ; କୋରବା ଏକ୍ସପ୍ରେସର ୩ଟି ବଗିରେ ଲାଗିଗଲା ନିଆଁ

ପୁଣି ଟ୍ରେନରେ ଅଗ୍ନିକାଣ୍ଡ । ବିଶାଖାପାଟଣା ଷ୍ଟେସନରେ ଅଗ୍ନିକାଣ୍ଡ । ଷ୍ଟେସନରେ ଛିଡା ହୋଇଥିବା ବେଳେ ଲାଗିଗଲା ନିଆଁ । କୋରାବ ଏକ୍ସପ୍ରେସ ଟ୍ରେନର ୩ଟି ବଗିରେ ନିଆଁ । ଟ୍ରେନର ଏସି କୋଚରେ ନିଆଁ ଲାଗିଥିବା ସୂଚନା । ବଗିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା । କୋରାବରୁ ତିରୁମାଲା ଯାଇଥାନ୍ତା ଏକ୍ସପ୍ରେସ ଟ୍ରେନ ।

Korab Express

ରେଲୱେ ଅଧିକାରୀଙ୍କ କହିବାମୁତାବକ ଏହି ଅଗ୍ନିକାଣ୍ଡ ପ୍ରଥମେ ବି୭ କୋଚର ଶୌଚାଳୟରେ ସର୍ଟସର୍କିଟ ଯୋଗୁଁ ହୋଇଥିଲା । ବି୭ ବଗି ପୂରା ଜଳି ଯାଇଥିବା ବେଳେ ବି୬ ଓ ଓମ୧ ବଗି ଆଶିଂକ ଭାବେ ଜଳିଯାଇଛି ।

ସବୁଠାରୁ ବଡକଥା ହେଉଛି ଅଗ୍ନିକାଣ୍ଡ ବେଳେ ବଗିରେ କେହି ନଥିଲେ । ତେଣୁ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି ।

ସୂଚନା ମୁତାବକ, ଆଜି ସକାଳୁ କୋରବା ଏକ୍ସପ୍ରେସ ଟ୍ରେନ୍ କୋରବା ଠାରୁ ବିଶାଖାପାଟନମରେ ଆସି ପହଞ୍ଚିଲାଥିଲା। ଏହା ୪ ନମ୍ବର ପ୍ଲାଟଫର୍ମରେ ଅଟକିଥିଲା। ତିରୁପତି ଅଭିମୁଖେ ଯାତ୍ରା କରିବାର ଥିଲା। ଏତିକି ବେଳେ ହଠାତ୍‌ ବି-୭ କୋଚ୍‌ରୁ ଧୂଆଁ ବହାରୁଥିବା ଦେଖିବାକୁ ମିଳିଥିଲା। ଦେଖୁ ଦେଖୁ ଏହା ଅନ୍ୟ ଦୁଇ ବଗିକୁ ବ୍ୟାପି ଯାଇଥିଲା। ଏହାକୁ ଦେଖି ଯାତ୍ରୀ ଭୟଭୀତ ହୋଇ ପଡିଥିଲେ। ଟ୍ରେନ୍‌ରେ ନିଆଁ ଲାଗିବା ପରେ ଷ୍ଟେସନରେ ଆତଙ୍କ ଖେଳି ଯାଇଥିଲା।

ତେବେ ଏଥିରେ କେହି ମୃତାହତ ହୋଇନଥିବା ରେଲଓ୍ୱେ ଅଧିକାରୀମାନେ ସୂଚନା ଦେଇଛନ୍ତି। ଟ୍ରେନ୍‌ରେ କେଉଁ କାରଣ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଲା ସେ ନେଇ କୌଣସି ସୂଚନା ମିଳିନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+