ଦୁର୍ଘଟଣାର ୨୦ ଘଣ୍ଟା ପରେ ଗଡ଼ିଲା ଟ୍ରେନ୍
Andra Pradesh Train Accident: ଆନ୍ଧ୍ର ପ୍ରଦେଶ ବିଜୟନଗରରେ ରେଳ ଦୁର୍ଘଟଣାର ୨୦ ଘଣ୍ଟା ପରେ ସ୍ୱାଭିବିକ ହେଲା ସ୍ଥିତି ।ଗଡ଼଼ିଲା ଟ୍ରେନ୍, ଟେଷ୍ଟିଂ ପାଇଁ ପ୍ରଥମେ ଗୋଟିଏ ଟ୍ରାକରେ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି । ପ୍ରଥମେ ମାଲବୁହା ଟ୍ରେନ୍ ଚାଲିଥିଲା ଏହା ପରେ ଭୁବନେଶ୍ୱର-ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ ଆଲମଣ୍ତା ଷ୍ଟେସନରୁ ଛାଡିଥିଲା ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଆନ୍ଧ୍ରପ୍ରଦେଶରେ ହୋଇଥିବା ପାସେଞ୍ଜର ଟ୍ରେନ୍ ଦୁର୍ଘଟଣା ପରେ ରେଳ ଚଲାଚଳ ବ୍ୟାହତ ହୋଇଛି । ଟ୍ରେନ୍ ଟ୍ରାକରେ ବଗି ପଡ଼ି ରହିଥିବାରୁ ଟ୍ରେନ୍ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ଫଲରେ 45 ଟି ଟ୍ରେନ୍ ବାତିଲ୍ କରିଥିଲା ରେଳ ବିଭାଗ । ସେହିପରି 22 ଟି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଥିଲା । ଏପରିକି 11 ଟି ଟ୍ରେନ୍ ଆଂଶିକ ବାତିଲ୍ ହୋଇଥିବା ଜଣାଯାଇଛି । ଖାଲି ସେତିକି ନୁହେଁ, 6 ଟି ଟ୍ରେନର ସମୟ ମଧ୍ୟ ପରିବର୍ତ୍ତନ କରାଯାଇଥିଲା ।

ତେବେ ଦୁର୍ଘଟଣା ପରେ ଜୋରଦାର ହୋଇଥିଲା ରେସ୍କ୍ୟୁ ଅପରେସନ । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ ୯୦୦ ମାନବ ସମ୍ବଳ । ମିଳିଥିବା ସୂଚନା ଅନୁସାରେ, ଟ୍ରେନ୍ ଟ୍ରାକରେ ପଡିରହିଥିବା ବଗି ଏବଂ ଅନ୍ୟାନ୍ୟ ଜିନିଷ ସବୁ ହଟାଇ ଦିଆଯାଇଛି । ବର୍ତ୍ତମାନ ପରୀକ୍ଷାମୂଳକ ଭାବେ ଟ୍ରେନ୍ ଚଳାଚଳ କରିଛି । କିଛି ସମୟ ମଧ୍ୟ ସ୍ୱଭାବିକ ଭାବେ ଟ୍ରେନ୍ ଚଳାଚଳ କରିବା ନେଇ ସୂଚନା ରହିଛି ।
ସୂଚନାଥାଉକି, 08532 ବିଶାଖାପାଟଣା-ପଲାସା ପାସଲଞ୍ଜର ଟ୍ରେନ୍ ଟ୍ରାକ୍ରେ ଥିବାବେଳେ 08504 ବିଶାଖାପାଟଣା-ରାୟଗଡା ଟ୍ରେନ୍ ପଛରୁ ଧକ୍କା ଦେଇଥିଲା । ଫଳରେ 5 ଟି ବଗି କ୍ଷତିଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ଖବର ପାଇଁ ସ୍ଥାନୀୟ ପ୍ରଶାସନ ଓ ରେଳ ବିଭାଗ ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥଲା । ପରେ ଏଥିରେ ଏସ୍ ଡିଆରଏଫ୍ ଓ ଏନଡିଆରଏଫ୍ ଟିମ୍ ସାମିଲ ହୋଇଥିଲେ । ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ବିଜୟନଗରମ୍ ମେଡିକାଲରେ ଭର୍ତ୍ତି କରାଯାଇଛି ।












Click it and Unblock the Notifications