Get Updates
Get notified of breaking news, exclusive insights, and must-see stories!

ୟୁପି ଟ୍ରେନ ଦୁର୍ଘଟଣା: ୧୨ ବଗି ଲାଇନଚ୍ୟୁତ, ୪ ମୃତ

Dibrugarh Express Accident: ଉତ୍ତରପ୍ରଦେଶର ଗୋଣ୍ଡା ଠାରୁ ଏକ ଟ୍ରେନ୍ ଦୁର୍ଘଟଣା । ଗୁରୁବାର ଦିନ ଦିବ୍ରୁଗଡ ଏକ୍ସପ୍ରେସ ଚଣ୍ଡିଗଡ଼ରୁ ଆସାମ ଦିବ୍ରୁଗଡକୁ ଯିବା ବେଳେ ଏହି ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଟ୍ରେନର ୧୨ ବଗି ଲାଇନଚ୍ୟୁତ ହୋଇଛି । ଘଟଣାସ୍ଥଳରେ ରେଳ ବିଭାଗର ଉଚ୍ଚ ଅଧିକାରୀମାନେ ପହଞ୍ଚି ରେସ୍କ୍ୟୁ ଅପରେସନ୍ ଆରମ୍ଭ କରିଛନ୍ତି ।

Dibrugarh Express Accident

ଦିବ୍ରୁଗଡ ଏକ୍ସପ୍ରେସର ଏସି କୋଚ୍ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ଗୋଣ୍ଡା ନିକଟସ୍ଥ ରେଳ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି । ଟ୍ରେନଟି ଲାଇନଚ୍ୟୁତ ହେବା ମାତ୍ରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଲୋକମାନେ ଭୟଭୀତ ହୋଇ ଚିତ୍କାର କରିବାକୁ ଲାଗିଲେ ଏବଂ ଟ୍ରେନ୍ ଅଟକିବା ମାତ୍ରେ ଶୀଘ୍ର ଯାତ୍ରୀଙ୍କ ମଧ୍ୟରେ ଦୌଡାଦୌଡି ଆରମ୍ଭ ହୋଇଯାଇଥିଲା ।

ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ ଦୁର୍ଘଟଣାରେ 4 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 20 ଜଣ ଆହତ ହୋଇଛନ୍ତି। ହେଲେ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇ ନାହିଁ । ରେଳ ବିଭାଗ ତଦନ୍ତ ଆରମ୍ଭ କରିଛି। ସେହିପରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ସମସ୍ତ ଅଧିକାରୀଙ୍କୁ ଏହି ଦୁର୍ଘଟଣା ଉପରେ ନଜର ରଖିବା ପାଇଁ ମଧ୍ୟ କୁହାଯାଇଛି । ସେହିପରି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ପରିଜନ ପାଇଁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି ।

ହେଲ୍ପଲାଇନ୍ ନମ୍ବର:

1. ଗୋଣ୍ଡା - 8957400965
2. ଲକ୍ଷ୍ନୌ - 8957409292
3. ଶିବାନ - 9026624251
4. ଛପପା- 8303979217
5. ଦେବାରିଆ ସଦର- 8303098950
6.ଦିବ୍ରୁଗଡ଼-9957555960
7.ମାରିୟାନା-6001882410

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+