ଟ୍ରେନ୍ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି, ହେଲ୍ପ ଲାଇନ୍ ଜାରି, ଭୁବନେଶ୍ୱରରୁ ଗଲା ଉଦ୍ଧାରକାରୀ ଦଳ
ବିଶାଖାପାଟଣା-ପଲାସା ପାସେଞ୍ଜର ଓ ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଧକ୍କା । ଆନ୍ଧ୍ରର କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍ ମଧ୍ୟରେ ଟ୍ରେନ୍ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ପ୍ରାଥମିକ ସୂଚନା ଅନୁସାରେ ଅନେକ ଆହତ ହୋଇଛନ୍ତି ।
ପଲାସା ପାସେଞ୍ଜରକୁ ପଛରୁ ପିଟିଛି ରାୟଗଡ଼ା ଯାଉଥିବା ପାସେଞ୍ଜର ।
ଉଭୟ ଟ୍ରେନ୍ରେ ମିଶି ୧୦୦ରୁ ୧୫୦ ଯାତ୍ରୀ ଥାଇପାରନ୍ତି ବୋଲି କୁହା ଯାଉଛି । ଦୁର୍ଘଟଣାସ୍ଥଳରେ ରେଳ ବିଭାଗର ଉଦ୍ଧାରକାରୀ ଦଳ ପହଞ୍ଚିଛି । ଭୁବନେଶ୍ବରରୁ ଏକ ଉଦ୍ଧାରକାରୀ ଦଳ ଯାଇଛି । ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟରେ ୧୪ଟି ଆମ୍ବୁଲାନ୍ସ ନିୟୋଜିତ ହୋଇଛି । ତ୍ୱରିତ ବେଗରେ ଦ୍ଧାର କାର୍ଯ୍ୟ ଚାଲିଛି ବୋଲି ସିପିଆରଓ କହିଛି ।
ହେଲ୍ପ ଲାଇନ ନମ୍ବର
ୱାଲଟର: ୦୮୯୧-୨୮୮୫୯୧୪
ବିଶାଖାପାଟଣା ରେଲୱେ ଷ୍ଟେସନ ପାଇଁ ହେଲ୍ପଲାଇନ୍ ନମ୍ୱର
ରେଲୱେ ନମ୍ୱର: ୮୩୦୦୩, ୮୩୦୦୪, ୮୩୦୦୫, ୮୩୦୦୬
ବିଏସଏନଏଲ୍ ଲ୍ୟାଣ୍ଡ ଲାଇନ ନମ୍ୱର: ୦୮୯୧୨୭୪୬୩୩୦; ୦୮୯୧୨୭୪୪୬୧୯
ଏୟାରଟେଲ୍: ୮୧୦୬୦୫୩୦୫୧; ୮୧୦୬୦୫୩୦୫୨
ବିଏସଏନଏଲ: ୮୫୦୦୦୪୧୬୭୦; ୮୫୦୦୦୪୧୬୭୧
ଭୁବନେଶ୍ୱର: ୯୬୭୪୨୩୦୧୬୨୫, ୨୩୦୧୫୨୫, ୨୩୦୩୦୬୯
ଓଭରସୁଟିଂରୁ ହୋଇ ଦୁର୍ଘଟଣା ହୋଇ ଥାଇପାରେ ବୋଲି କହିଛନ୍ତି CPRO । ତେବେ କେଉଁ କାରଣରୁ ଘଟିଲା ଦୁର୍ଘଟଣା, ତଦନ୍ତ ହେବ ବୋଲି ସେ କହିଛନ୍ତି ।

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ଏହି ଦୁର୍ଘଟଣାରେ ଦୁଖ ପ୍ରକାଶ କରିବା ସହ ଆହତମାନଙ୍କୁ ସହାୟତା କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆନ୍ଧ୍ରପ୍ରଦେଶର ସିଏମଓ ଅନୁଯାୟୀ, ବିଜୟାନଗରମ ନିକଟବର୍ତ୍ତୀ ଜିଲ୍ଲା ବିଶାଖାପାଟନମ୍ ଏବଂ ଅନାକାପଲ୍ଲୀରୁ ଯଥାଶୀଘ୍ର ରିଲିଫ୍ ପଦକ୍ଷେପ ଗ୍ରହଣ କରିବା ସହ ଭଲ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ନିକଟସ୍ଥ ଡାକ୍ତରଖାନାଗୁଡ଼ିକରେ ଉପଯୁକ୍ତ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ପୋଲିସ ଏବଂ ରାଜସ୍ୱ ସମେତ ଅନ୍ୟାନ୍ୟ ବିଭାଗକୁ ସମନ୍ୱୟ ରକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି, ଯାହାଦ୍ୱାରା ଆହତମାନେ ତୁରନ୍ତ ଚିକିତ୍ସା ସେବା ପାଇପାରିବେ












Click it and Unblock the Notifications