ମର୍ମନ୍ତୁଦ ସଡକ ଦୁର୍ଘଟଣା; ବାହଘର ଭୋଜି ଖାଇ ଫେରିବା ବେଳେ ଦୁର୍ଘଟଣାରେ ୯ ମୃତ
ଶୁକ୍ରବାର ସକାଳେ ପଶ୍ଚିମବଙ୍ଗରେ ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଛି। ପୁରୁଲିଆ ଜିଲ୍ଲାରେ ଏକ କାର ଏବଂ ଏକ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ 9 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପୁରୁଲିଆ, ଯୋଧାୱାରର ଏସପି ଅଭିନାଶ ଭୀମରାଓ ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ଏହି ଦୁର୍ଘଟଣା ପୁରୁଲିଆ ଜିଲ୍ଲାର ବଳରାମପୁରର ଜାତୀୟ ରାଜପଥରେ ଘଟିଛି। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣାର ଶିକାର ହୋଇଥିବା ଲୋକମାନେ ଏକ ବିବାହ ଉତ୍ସବରୁ ଫେରୁଥିଲେ।
ପୋଲିସର ସୂଚନା ଅନୁଯାୟୀ, ପୁରୁଲିଆ ଜିଲ୍ଲାର ବଳରାମପୁର ଥାନା ସୀମା ଅନ୍ତର୍ଗତ ନାମଶୋଲ ଗାଁରେ ଜାତୀୟ ରାଜପଥ-୧୮ ରେ ସକାଳ ପ୍ରାୟ ୬.୩୦ ସମୟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି।
ପୋଲିସର ସୂଚନା ଅନୁଯାୟୀ, ହାଇୱେରେ ଏକ SUV ଏବଂ ଏକ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଚାରିଚକିଆ ଗାଡିରେ ଯାତ୍ରା କରୁଥିବା ସମସ୍ତ ନଅ ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସ ଏହି ଘଟଣାର ଅଧିକ ତଦନ୍ତ କରୁଥିବା କହିଛି।












Click it and Unblock the Notifications