ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ମୃତ

Road Accident: ରାଜଧାନୀ ଡେରାଡୁନରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ରହିଛି । ରାଜପୁର ରୋଡର ସିଲଭର ସିଟି ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଦ୍ରୁତ ଗତିରେ ଆସୁଥିବା ବାଇକ୍ ଏକ ଡିଭାଇଡରରେ ପିଟି ହୋଇଥିଲା । ମୃତକଙ୍କ ମଧ୍ୟରେ ଦୁଇ ଜଣ ଅଗ୍ନିବୀର ଅଛନ୍ତି ଯେଉଁମାନେ ସଦ୍ୟତମ ସେନାରେ ଯୋଗ ଦେଇଥିଲେ।

Road Accident

ପୋଲିସର ସୂଚନା ଅନୁଯାୟୀ, ରାତି ପ୍ରାୟ ୨:୧୫ ସମୟରେ ତିନି ଜଣ ଯୁବକ ଏକ ବାଇକ୍ ଯୋଗେ ରାଜପୁରରୁ ଘଣ୍ଟାଘର ଅଭିମୁଖେ ଆସୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ସିଲଭର ସିଟି ନିକଟରେ, ବାଇକ୍‌ଟି ନିୟନ୍ତ୍ରଣ ବାହାରକୁ ଯାଇ ଡିଭାଇଡର୍‌ରେ ପିଟି ହୋଇ ରାସ୍ତାରେ ଓଲଟି ପଡ଼ିଲା। ଦୁର୍ଘଟଣାରେ ତିନି ଜଣ ଯୁବକ ଗୁରୁତର ଆହତ ହୋଇଥିଲେ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା ଯେଉଁଠି ଚିକିତ୍ସାଧୀନ ଅବସ୍ଥାରେ ୩ ଜଣଙ୍କ ମୃତ୍ୟୁ ଘଟିଛି ।

ଡୁନ୍ ହସ୍ପିଟାଲର ଡାକ୍ତରଙ୍କ ଅନୁଯାୟୀ, ଗୁରୁତର ଆହତ ତିନି ଜଣ ଯୁବକଙ୍କୁ ବିଳମ୍ବିତ ରାତିରେ ହସ୍ପିଟାଲକୁ ଅଣାଯାଇଥିଲା। ଚିକିତ୍ସା ସମୟରେ ମୋହିତଙ୍କ ପ୍ରଥମ ମୃତ୍ୟୁ ହୋଇଥିଲା। ବୁଧବାର ଅପରାହ୍ନରେ ଆଦିତ୍ୟଙ୍କ ମୃତ୍ୟୁ ଘଟିଥିବା ବେଳେ ସନ୍ଧ୍ୟାରେ ନବୀନଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣା ପରେ ତିନି ଜଣଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି।

ପୋଲିସ ସୂଚନା ଅନୁସାରେ, ଦୁର୍ଘଟଣାର ମୁଖ୍ୟ କାରଣ ହେଉଛି ଦ୍ରୁତ ଗତି ଯେଉଁଥି ପାଇଁ ବାଇକଟି ଭାରସାମ୍ୟ ହରାଇବା ଏକ ଡିଭାଇଡରରେ ପଟି ହୋଇଥିଲା । ସେହିପରି କେହି ହେଲମେଟ୍ ପିନ୍ଧି ନଥିଲେ ଯେଉଁଥି ପାଇଁ ମୁଣ୍ତରେ ଗମ୍ଭୀର ଆଘାତ ଲାଗିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+