ବାଣ ଦୋକାନରେ ବିସ୍ଫୋରଣ, ୫ ଜୀବନ୍ତ ଦଗ୍ଧ

ଝାଡ଼ଖଣ୍ଡର ଗଡ଼ୱା ଜିଲ୍ଲାରେ ଆଜି ଅପରାହ୍ନରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଏଠାରେ ଏକ ବାଣ ଦୋକାନରେ ହଠାତ୍ ଅଗ୍ନିକାଣ୍ଡ ଘଟି ୩ ଜଣ ପିଲାଙ୍କ ସମେତ ମୋଟ୍ ୫ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାଟି ଝାଡ଼ଖଣ୍ଡ ଏବଂ ଛତିଶଗଡ଼ ସୀମାରେ ଅବସ୍ଥିତ ରାଙ୍କା ଥାନା ଅଞ୍ଚଳର ଗୋଦରମଣା ଗାଁରେ ଘଟିଛି।

ସୋମବାର ଅପରାହ୍ନରେ ରାଙ୍କା ଥାନା ଅଞ୍ଚଳ ଅନ୍ତର୍ଗତ ଗୋଦରମଣାରେ ଥିବା ଏକ ବାଣ ଦୋକାନରେ ହଠାତ୍ ନିଆଁ ଲାଗିଯାଇଥିଲା। ନିଆଁ ଏତେ ତୀବ୍ର ଥିଲା ଯେ, ଦୋକାନରେ ଉପସ୍ଥିତ ଥିବା ଲୋକ ମାନେ ସେଠାରେ ଖସିଯିବାକୁ ସୁଯୋଗ ପାଇନଥିଲେ। ସମସ୍ତଙ୍କୁ ଅଧାଜଳା ଅବସ୍ଥାରେ ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ରାମାନୁଜଗଞ୍ଜର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି।

blast

ଗଢ଼ୱା ପୋଲିସ ଅଧିକ୍ଷକ (ଏସପି) ଦୀପକ ପାଣ୍ଡେ କହିଛନ୍ତି ଯେ,ଏଠାରେ ଏକ ବାଣ ଦୋକାନରେ ଅଗ୍ନିକାଣ୍ଡ ଘଟି ୩ ଜଣ ପିଲାଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି। ଅଧିକାରୀ କହିଛନ୍ତି ଯେ ଏକ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।ଅନ୍ୟପକ୍ଷରେ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏହି ଘଟଣାରେ ଲୋକଙ୍କ ମୃତ୍ୟୁ ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସୋରେନ୍ ସୋସିଆଲ ମିଡିଆ ପ୍ଲାଟଫର୍ମ 'X'ରେ ପୋଷ୍ଟ କରିଛନ୍ତି। 'ମାରଙ୍ଗ ବୁରୁ' (ଆଦିବାସୀ ମାନଙ୍କର ସର୍ବୋଚ୍ଚ ଦେବତା) ଦିବଙ୍ଗତ ଆତ୍ମାକୁ ଶାନ୍ତି ଦିଅନ୍ତୁ ଏବଂ ଶୋକସନ୍ତପ୍ତ ପରିବାରକୁ ଏହି କ୍ଷତି ସହିବା ପାଇଁ ଶକ୍ତି ଦିଅନ୍ତୁ। ଜିଲ୍ଲା ପ୍ରଶାସନ ଏହି ଘଟଣାର ତଦନ୍ତ କରୁଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+