ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
ସୁପ୍ରିମକୋର୍ଟ ବୁଧବାର ଆହ୍ଲାବାଦ ହାଇକୋର୍ଟଙ୍କ ସେହି ରାୟ ଉପରେ ରୋକ ଲଗାଇଛନ୍ତି । ଆହ୍ଲାବାଦ ହାଇକୋର୍ଟର ବିଚାରପତି ଏକ ନିଷ୍ପତ୍ତି କହିଥିଲେ କି, ଜଣେ ନାବାଳିକାଙ୍କ ବକ୍ଷ ଧରିବା, ତାର ଡ୍ରେସ ଚିରିବା ଦୁଷ୍କର୍ମ କରିବା ପାଇଁ ପ୍ରୟାସ କରିବା ନୁହେଁ । ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ପ୍ରତିବନ୍ଧକ ଲଗାଇଛନ୍ତି। ସୁପ୍ରିମକୋର୍ଟ ଏହାକୁ ଶକିଂ ଏବଂ ଅସମ୍ବେଦନଶୀଳ କହିଛନ୍ତି ଏବଂ ଏହାକୁ ସଠିକ୍ ଭାବିବା ଆଇନ ବିରୋଧୀ ।
ଶୁଣାଣି ସମୟରେ ଜଷ୍ଟିସ ବିଆର ଗୱଇ ଏବଂ ଏଜି ମସୀହଙ୍କ ବେଞ୍ଚ କହିଛନ୍ତି, ଏହି ମାମଲାରେ ଶୁଣାଣିରେ କିଛି ଟିପ୍ପଣୀ ଦେଖି ବହୁତ ଦୁଃଖିତ । ଏହି ନିର୍ଦ୍ଦେଶକୁ ଶୁଣାଣି କରିଥିବା ହାଇକୋର୍ଟ ଜଜ ଏହି ମାମଲା ସମ୍ଭାଳିବାରେ, ସଂପୂର୍ଣ୍ଣ ଭାବେ ଅସମ୍ବେଦନଶୀଳତା ଦର୍ଶାଇଛନ୍ତି। ଏହାସହିତ ମାମଲାରେ କେନ୍ଦ୍ର ଏବଂ ଉତ୍ତରପ୍ରଦେଶ ସରକାରଙ୍କୁ ଜବାବ ମାଗିଛନ୍ତି ।

ଆହ୍ଲାବାଦ ହାଇକୋର୍ଟଙ୍କ ମାର୍ଚ୍ଚ ୧୭ ତାରିଖ ଆଦେଶ ବିରୋଧରେ 'ୱି ଦ ଓମେନ୍ ଅଫ୍ ଇଣ୍ଡିଆ' ନାମକ ଏକ ସଂଗଠନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ସୁପ୍ରିମକୋର୍ଟ ଏହି ମାମଲାକୁ ନିଜଆଡୁ ଗ୍ରହଣ କରିଥିଲେ। ଜଷ୍ଟିସ ବିଆର୍ ଗାଭାଇ ଏବଂ ଅଗଷ୍ଟିନ ଜର୍ଜ ମସିହଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଏହି ରାୟ ହାଇକୋର୍ଟ ବିଚାରପତିଙ୍କ ସମ୍ବେଦନଶୀଳତାର ଅଭାବକୁ ଦର୍ଶାଉଛି। ସୁପ୍ରିମକୋର୍ଟ କେନ୍ଦ୍ର ଓ ଉତ୍ତରପ୍ରଦେଶ ସରକାରଙ୍କ ଠାରୁ ଜବାବ ମାଗିବା ସହ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଓ ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣିଙ୍କ ସହାୟତା ଲୋଡ଼ିଛନ୍ତି।
ଚଳିତ ମାସ ୧୭ ତାରିଖରେ ଜଷ୍ଟିସ ରାମ ମନୋହର ନାରାୟଣ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ୟୁପିର କାସଗଞ୍ଜରେ ଅଭିଯୁକ୍ତଙ୍କ ଅପରାଧିକ ସଂଶୋଧନ ଆବେଦନକୁ ମଞ୍ଜୁର କରି ବିବାଦୀୟ ଆଦେଶ ଦେଇଛନ୍ତି। ଅଭିଯୁକ୍ତ ପୱନ ଓ ଆକାଶଙ୍କ ବିରୋଧରେ ଆସିଥିବା ଅଭିଯୋଗ ଏବଂ ମାମଲାର ତଥ୍ୟ ଦୁଷ୍କର୍ମ ଉଦ୍ୟମ ଅପରାଧ ନୁହେଁ ବୋଲି କୋର୍ଟ କହିଥିଲେ।












Click it and Unblock the Notifications